ପ୍ରବାସରେ ଫସିଥିବା ଓଡ଼ିଆଙ୍କୁ ସହଯୋଗର ହାତ ବଢ଼ାଇଲେ ଅସିତ  

0 2

ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ଯୋଗୁଁ ମାର୍ଚ୍ଚ ୨୪ ରୁ ଲକ୍ ଡାଉନ ପାଇଁ ଓଡିଶା ବାହାରେ ବହୁ ଓଡିଆ ଅସୁବିଧା ରେ ଅଛନ୍ତି । ବିଜୁ ଜନତା ଦଳ ର ଯୁବ ନେତା ତଥା  ଓଡିଶା ମତ୍ସ୍ୟ  ଉତ୍ପାଦନ ନିଗମର ଅଧ୍ୟକ୍ଷ ଅସିତ୍ ପଟ୍ଟନାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ  ଭଦ୍ରକ ଜିଲ୍ଲା ତଥା ଭଦ୍ରକ ବାହାର ଓଡିଆ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ସରକାରୀ ମାଧ୍ୟମରେ ତଥା ତାଙ୍କ ବନ୍ଧୁଙ୍କ ମାଧ୍ୟମରେ ପହଞ୍ଚାଯାଇଛି ।୧୫ ତାରିଖ ପରେ ଦ୍ୱିତୀୟ ଥର ମଧ୍ୟ ପହଞ୍ଚାଯାଇଛି । ମହାରାଷ୍ଟ୍ର ରେ ମୁମ୍ବାଇ,ରତ୍ନଗିରି,ଥାନେ,ନାଗପୁର।ଦିଲ୍ଲୀର ଗାନ୍ଧୀ ନଗର,ଅଜିତ୍ ନଗର, ଗୁଜୁରାଟ ର ସୁରଟ,ଅହମଦାବାଦ, କର୍ଣ୍ଣାଟକ ର ବାଗାଂଲୋର,  ଆନ୍ଧ୍ର ପ୍ରଦେଶ ର ପ୍ରକାଶମ ଜିଲ୍ଲା, ତେଲେଙ୍ଗାନା ର ହାଇଦ୍ରାବାଦ, ଉତ୍ତରପ୍ରଦେଶ,  ଆସାମ ଆଦି ରାଜ୍ୟ ରେ ଫସିଥିବା ଓଡିଆଙ୍କୁ ଖାଦ୍ୟ ସାମଗ୍ରୀ,ଟଙ୍କା ଦିଆଯାଇଛି ।

ଏବେ ମଧ୍ୟ ବିଭିନ୍ନ ରାଜ୍ୟରେ ଫସିଥିବା ଓଡିଆ ଲୋକମାନଙ୍କର ଫୋନ୍ କଲ୍ ଆସୁଛି,ସେମାନଙ୍କୁ ମଧ୍ୟ ସାହାଯ୍ୟ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ମତ୍ସ୍ୟ  ଉତ୍ପାଦନ ନିଗମର ଅଧ୍ୟକ୍ଷ ଅସିତ୍ ପଟ୍ଟନାୟକ |

 

Leave A Reply

Your email address will not be published.