କେନ୍ଦୁଝରରେ ସମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର: ବଡ଼ବିଲ ପ୍ରେସ କ୍ଲବର ନିନ୍ଦା

0 2

ବଡ଼ବିଲ (ଶାସକ ପ୍ରଶାସକ) କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟର  ଜନୈକ ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାରକୁ ନେଇ ବଡ଼ବିଲ ପ୍ରେସ କ୍ଲବ ଘୋର ନିନ୍ଦା କରିବା ସହ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଛି। ସୂଚନା ଥାଉକି ଲକ ଡାଉନ ପରଠାରୁ ସ୍ୱାସ୍ଥ୍ୟ ବିଭାଗ, ପୋଲିସ ଏବଂ ଗଣମାଧ୍ୟମର ପୂର୍ଣ୍ଣ ସହଯୋଗରେ କରୋନାର ମୁକାବିଲା ପ୍ରାୟତଃ ସମ୍ଭବ ହୋଇପାରିଛି। ଯାହାର ଫଳସ୍ୱରୂପ ଜନସାଧାରଣ ଘଣ୍ଟା ବଜାଇ, ଶଙ୍ଖ ଓ ତାଳି ବଜାଇ ସାଧୁବାଦ  ଜଣାଇଛନ୍ତି। ହେଲେ ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ  ଗଣମାଧ୍ୟମର ପ୍ରତିନିଧି ସୁବ୍ରତ ସ୍ୱାଇଁଙ୍କୁ ପୋଲିସ ଆକ୍ରମଣ କରିବା ସହ ଅଶାଳୀନ ବ୍ୟବହାର କରିବା ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ମର୍ମାହତ କରିଛି। ସେଥି ନିମନ୍ତେ ବଡ଼ବିଲ ପ୍ରେସ କ୍ଲବ ପକ୍ଷରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏକ ଜରୁରୀକାଳୀନ ବୈଠକରେ ସଦସ୍ୟମାନେ ଉଦବେଗ ପ୍ରକାଶ କରିବା ସହ ଏକ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା। ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ବଡ଼ବିଲ ପ୍ରେସ କ୍ଲବର ସଭାପତି ସୁବୋଧ ଦାସ ଦାବି କରିଛନ୍ତି। ଏହି ଭିଡିଓ କନ୍ଫରେନ୍ସିଂରେ ସଭାପତିଙ୍କ ସହ ସଦସ୍ୟ ବଳରାମ ମହାନ୍ତି, ଶାନ୍ତନୁ ଦାଶ, ନିର୍ମଳ ପତି, ଦେବପ୍ରିୟ ରଣା, ଚିତ୍ତରଞ୍ଜନ କର, ଦେବକାନ୍ତ ଦାସ, ଅଶୋକ ମହାନ୍ତ, ବିଶ୍ୱଜିତ ମହାନ୍ତ, ମଧୁ ସାହୁ, ସିତାରାମ ଦୀକ୍ଷିତ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.