କରୋନା ଲକଡାଉନ ସମୟରେ ୮୫ ୟୁନିଟ ରକ୍ତ ସଂଗୃହୀତ

0 2

ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ :  ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ମଙ୍ଗଳପୁର ଠାରେ ଥିବା ମିଶ୍ର ଏଣ୍ଟରପ୍ରାଇଜେସ ପରିସରରେ ସମ୍ବାଦ ଆମ ଓଡିଶା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରର ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ରେଙ୍ଗାଲି ବ୍ଲକ ସାମ୍ବାଦିକ ହିମାଂଶୁ ଶେଖର ମିଶ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ଶିବିରକୁ ସ୍ଥାନୀୟ ତହସିଲଦାର ସୁନୀଲ କୁମାର ମେହେର ଏବଂ ରେଙ୍ଗାଲି ଥାନା ଅଧିକାରୀ ଧବଳେଶ୍ବର ସାହୁ ମିଲିତ ଭାବରେ ଉଦଘାଟନ କରିଥଲେ। ଶିବିରରେ ୮୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସମ୍ବଲପୁର ସଦର ଡାକ୍ତରଖାନାକୁ କେଭିଡ-୧୯ ଡାକ୍ତରଖାନା ଭାବରେ ଘୋଷଣା କଲା ପରେ
 ଏଠାରେଥିବା ରକ୍ତ ଭଣ୍ଡାର ସହ ଭିମସାର ବୁର୍ଲା ସ୍ଥିତ ରକ୍ତ ଭଣ୍ଡାରରେ ମଧ୍ୟ ରକ୍ତର ଅଭାବ ଦେଖା ଦେବାରୁ ରୋଗୀ ମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏଠାରେ ରକ୍ତ ସଂଗ୍ରହ  ପରେ କିଛି ମାତ୍ରାରେ ଅସୁବିଧା ଦୂର ହେବ ବୋଲି ବୁର୍ଲା ରକ୍ତ ଭଣ୍ଡାର ପକ୍ଷରୁ କୁହାଯାଇଛି।
ଭିମସାର ବୁର୍ଲା  ଡାକ୍ତରଖାନାର  ପିଜି ଛାତ୍ର ଡା.ଆକାଶ ପରିଡା,ମଣ୍ଟୁ ପ୍ରଧାନ ଏବଂ ସହଯୋଗୀ ମାନେ ରକ୍ତ ସଂଗ୍ରହ  କରିଥିଲେ। 
ସାମାଜିକ ଦୂରତ୍ବକୁ ରକ୍ଷାକରି ରେଙ୍ଗାଲି ଅଞ୍ଚଳର ଯୁବକ ମାନେ ସ୍ବେଚ୍ଛାକୃତ ଭାବରେ ରକ୍ତ ଦାନ କରିଥିଲେ। ସାମ୍ବାଦିକ ସୁବ୍ରତ ପାଢୀ,ଶିଶିର ସାହୁ,ହରିହର ନାଥ, ନରେଶ ମାହାଣା, ଅଶୋକ କୁମାର ଗୁରୁ,ନନ୍ଦଲାଲ ବିଶ୍ବାଳ, ଦେବବ୍ରତ ପଣ୍ଡା, ଗୋପାଳ ଶର୍ମା ପ୍ରମୁଖ ଶିବିର ପରିଚାଲନାରେ ସମଯୋଗ କରିଥିଲେ।

Leave A Reply

Your email address will not be published.