ଗାଇସିଲେଟ : ପବନ,ବର୍ଷା ସହ କୁଆପଥର ମାଡ

0 2

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ ପ୍ରବଳ ପବନ,ବର୍ଷା ସହ କୁଆପଥର ମାଡ।
ମଧ୍ୟାହ୍ନ ପ୍ରାୟ ତିନିଟା ସମୟରେ ଗାଇସିଲେଟ ଅଞ୍ଚଳରେ ହଠାତ ପ୍ରଖର ବେଗରେ ପବନ ବହିବା ସହ ପ୍ରଚୁର ବର୍ଷା ଓ କୁଆପଥର ମାଡ ହୋଇଥିଲା।ପ୍ରାୟ ଗୋଟିଏ ଘଣ୍ଟା ଧରି ଚାଲିଥିବା ଏହି ପ୍ରାକୃତିକ ତାଣ୍ଡବ ଲୋକମାନଙ୍କ ମନରେ ସୃଷ୍ଟି କରିଥିଲା ଭୟାବହତା। ବ୍ଲକର ବିଭିନ୍ନ ସ୍ଥାନରେ ପ୍ରବଳ କୁଆପଥର ଯୋଗୁଁ କେନ୍ଦୁ ପତ୍ର ସବୁ କଣାହୋଇ ହୋଇଯିବାସହ  କରିଦେଇଛି ଧାନ ଫସଲ ନଷ୍ଟ ହୋଇଯାଇଛି ,ପ୍ରଖର ବେଗରେ ପବନ ବହିବା ଯେଗୁଁ ସହସହ ମହୁଲ ଗଛ ଉପୁଡି ଯିବାରୁ ଚିନ୍ତାରେ ଏବେ ଚାଷୀ।ସ୍ଥାନେ ସ୍ଥାନେ ବିଜୁଲି ଖୁଣ୍ଟ ଉପୁଡିଯାଇ ଛିଣ୍ଡିଯାଇଛି ବିଜୁଳି ତାର। ପ୍ରବଳ ବର୍ଷା ଯୋଗୁଁ ବହୁତ ଲୋକଙ୍କ ଘରର କାନ୍ଥ ଭାଙ୍ଗିଯାଇ ଛପର ନଷ୍ଟ ହୋଇଯାଇଛି।

Leave A Reply

Your email address will not be published.