ଘୁ. ଉଦୟଗିରି/ଗଗନ ପ୍ରଧାନ : ଘର ଭିତରୁ ବାହାରକୁ ବାହାରିଲେ କରୋନା ଭୟ ଏବଂ ଘର ଭିତରେ ରହିଲେ ବୁନ୍ଦାଏ ପାଣି ପାଇଁ ଡହଳବିକଳ। ଏହିପରି ଅଭିଯୋଗ ଆଣି ଛନ୍ତି ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ବାସିନ୍ଧା I
ପ୍ରାପ୍ତ ସୂଚନା ଅନୁସାରେ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ୱାର୍ଡ ସଂଖ୍ୟା ୧, ୨, ୩ , ୪,୫ , ୯ ନମ୍ବର ୱାର୍ଡ I ଏହି ଛଟି ୱାର୍ଡର ପାଖାପାଖି ୨୦୦୦ ଲୋକ ବସବାସ କରନ୍ତି I ଜନସାଧରଣଙ୍କୁ ପାନୀୟ ଜଳ ଜଗାଇବା ନିମନ୍ତେ ମଧୁଝରି ଘାଇରୁ ବସୁଧା ଯୋଜନ ମାଧ୍ୟମରେ ମୋଟର ସାହାଯ୍ୟରେ ପାଣି ଉଠାଯାଉଛି I ରଟିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ତିଆରି କରାଯାଇ ଥିବା ଓଭେରହେଡ ଟାଙ୍କି ମାଧ୍ୟମରେ ଅଂଚଳ ବାସୀଙ୍କୁ ପାନୀୟ ଜଳ ଯୋଗାଣ ହୋଇଥାଏ I ପାଖାପାଖି ୧୨ ଦିନ ହେବ ଉକ୍ତ ଅଂଚଳକୁ ସମ୍ପୂର୍ଣ ଭାବେ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି I ଘଟଣା ସମ୍ପର୍କରେ ଘୁ.ଉଦୟଗିରି ଗୋଷ୍ଠିଉନ୍ନୟନ ଅଧିକାରୀଙ୍କୁ ସ୍ଥାନୀୟ ସରପଞ୍ଚ ଏବଂ ଅଞ୍ଚଳବାସୀ ଅବଗତ କରିଥିଲେ ମଧ୍ୟ କୌଣସି ପ୍ରକାର ସମସ୍ୟାର ସମାଧାନ କରାଯାଉ ନ ଥିବା ରଟିଙ୍ଗିଆ ସରପଞ୍ଚ ଅଭିଯୋଗ କରିଛନ୍ତି I ଉକ୍ତ ଅଞ୍ଚଳର ଜନସାଧରଣ ସମସ୍ୟାର ସମାଧାନ ପାଇଁ ଗୋଷ୍ଠିଉନ୍ନୟନ ଅଧିକାରୀ, ଜେଇଙ୍କ ପାଖରେ ଅଭିଯୋଗ କରିଛନ୍ତି I ହେଲେ ଏହା ମୋର କାମ ନୁହେଁ କହି ବିଡିଓ କଥା ଟାଳି ଦେଉଥିବା ବେଳେ ଜେଇ ଅନୁରୂପ କଥା କହୁଥିବା ଅଞ୍ଚଳର ଏସଏଚଜି ଗ୍ରୁପ ଶାନ୍ତିମୟୀ,ମାଁ ରୁଧ୍ରକାଳୀ, ମାଁ ମଙ୍ଗଳା, ସାବିତ୍ରୀ, ମନୋରମା, ଜୀବନ ଜ୍ୟୋତି ଏବଂ ମାଧୁରୀ ଇତ୍ୟାଦି ମହିଳାଗ୍ରୁପର ସଦସ୍ୟ ଅଭିଯୋଗଛନ୍ତି I ଏଠାରେ ପ୍ରଶ୍ନ ଉଠେ ସରକାର ବର୍ତ୍ତମାନର ପରିସ୍ଥିତିରେ ଜନସାଧରଙ୍କୁ ଘରଭିତରୁ ବାହାରକୁ ନ ବହାରିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରି ଡୋର ଟୁ ଡୋର ସମସ୍ତ ସେବା ଯୋଗାଇବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି I ହେଲେ ରଟିଙ୍ଗିଆ ଗ୍ରାମ ପଂଚୟରେ ଦୀର୍ଘ ୧୨ଦିନ ହେବ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଛି I ସମସ୍ୟାର ସମାଧାନ ସକାଶେ ସ୍ଥାନୀୟ ଗୋଷ୍ଠିଉନ୍ନୟନ ଅଧିକାରୀ ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବତା ଅଞ୍ଚଳବାସୀଙ୍କ ପାଇଁ ବହୁ ଅସୁବିଧା ସୃଷ୍ଟି କରିଛି ବୋଲି ସ୍ଥାନୀୟ ସରପଞ୍ଚ ବନ୍ଦିନୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି I ତେଣୁ ଯଥା ସମ୍ଭବ ସମସ୍ୟାର ସମାଧାନ କରି ପାନୀୟ ଜଳ ଯୋଗାଣ ନିମନ୍ତେ ଅଞ୍ଚଳବାସୀ , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସରପଞ୍ଚ ଦାବି କରିଛନ୍ତି I