ଓଡ଼ଗାଁ( ଶ୍ରୀକାନ୍ତ ମିଶ୍ର) : କରୋନା କବଳରୁ ସାରା ମାନବ ସମାଜର ମୁକ୍ତି ପାଇଁ ସ୍ଥାନୀୟ ଶ୍ରୀ ସତ୍ୟସାଇ ସେବା ସଂଗଠନ ଦ୍ୱାରା ୧୨ ଘଂଟିଆ ପାରିବାରିକ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଦିନ ପ୍ରାତଃ ୬ଟାରୁ ଭଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ୭ପର୍ଯ୍ୟନ୍ତ ପରିବାର ମାନଙ୍କରେ ସାଇ ଭଜନ, ମହାମୃତ୍ୟୁଞ୍ଜୟ ମନ୍ତ୍ର ଓ ସାଇ ଗାୟତ୍ରୀ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୁରାଳ ସହିତ ନନ୍ଦିଘୋରର ୧୮ ପରିବାର ଅଂଶ ଗ୍ରହଣ କରିଥିଲେ । ଆଜିର ଏହି ଅବସରରେ ସ୍ଥାନୀୟ ସାଇ ମନ୍ଦିରରେ ମଧ୍ୟ ସକାଳୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଶେଷରେ ସନ୍ଧ୍ୟାରେ ସମଦୁରତା ରକ୍ଷା କାରାଯାଇ ସାଇ ଗାୟତ୍ରୀ ଓ ଭଜନ ପରେ ସାଇ ଭଗବାନଙ୍କୁ ଆରତୀ ଅର୍ପଣ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.