ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବେ ସରକାର

0

୪୦ କୋଟି ଟଙ୍କାର ବ୍ୟୟ ବରାଦ

ରାଜ୍ୟରେ ସଡ଼କ ପରିବହନ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ତଥା ଯାତ୍ରୀମାନେ ସୁବିଧାରେ ଯାତାୟତ କରିବା ଉଦ୍ଦେଶ୍ୟରେ ସରକାର ରାଜ୍ୟ ରାଜଧାନୀ ସହ ସମସ୍ତ ଜିଲ୍ଲାର ସଦର ମହକୁମାକୁ ଯାତ୍ରୀ ପରିବହନ ବ୍ୟବସ୍ଥା ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜଧାନୀ ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ କରିଥିଲେ । ଏବେ ସରକାର ଏହି ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଆଉ ୫୦ ଗୋଟି ଶୀତତାପ ନିୟନ୍ତ୍ରିତ ଓ ଅନ୍ୟ ୫୦ଗୋଟି ଡ଼ିଲକ୍ସ୍ ବସ୍ ପର୍ଯ୍ୟାୟ କ୍ରମେ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେହିପରି ବିଭିନ୍ନ ରୁଟରେ  ଚାଲୁଥିବା  ପୁରୁଣା ବସ୍ଗୁଡ଼ିକ ବଦଳରେ ୫୦ଗୋଟି ଡ଼ିଲକ୍ସ ବସ୍ ଚଳାଚଳ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ୨୦୧୭-୧୮ଆର୍ଥିକ  ବର୍ଷରେ ସରକାର ୪୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

ରାଜ୍ୟ ମୁଖ୍ୟ ଶାସନ ସଚିବ  ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆହୂତ ପ୍ରକଳ୍ପ ଅନୁମୋଦନ କମିଟି ବୈଠକରେ ଏହା ଅନୁମୋଦନ ଲାଭ କରିଛି । ଏହି ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଟି.କେ.ପାଣ୍ଡେ, ସରକାରୀ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ  ବିଜୟ ଆରୋରା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ  ଜି.ଶ୍ରୀନିବାସ, ଓ.ଏସ୍.ଆର୍.ଟି.ସି.ର ପରିଚାଳନା ନିର୍ଦ୍ଦେଶକ କେ.ବି.ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

କମିଟିର ଅନୁମୋଦନ ଅନୁଯାୟୀ ଓ.ଏସ୍.ଆର୍.ଟି.ସି.କୁ ପର୍ଯ୍ୟୟକ୍ରମେ ମୋଟ୍ ୧୦୦ଟି ନୂତନ ବସ୍ କ୍ରୟ କରିବା ପାଇଁ ୪୦ କୋଟି ଟଙ୍କା ପ୍ରଦାନ କରାଯିବ ।

 

 

Leave A Reply

Your email address will not be published.