ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ସହରରେ ଶୁକ୍ରବାର ଦିନ ଆମାନିଆ ଗାଡି ଚାଳକଙ୍କୁ ତାଗିଦ କରିବା ପାଇଁ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ବୁଗୁଡା ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର, ଅତିରିକ୍ତ ତହସିଲଦାର ସଂଗ୍ରାମ କେଶରୀ ଜେନା,ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା, ଓ ବୁବୁଡା ଏନଏସି ଇଓ ରଶ୍ମିରଞ୍ଜନ ଦାଶ ମିଳିତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ବିଶେଷ କରି ଦୁଇ ଚକିଆ ଚାଳକ ଓ ବାହାରେ ବିନକାରଣରେ ବୁଲୁଥିବା ବ୍ୟକ୍ତି ମାନଙ୍କୁ ତାଗିଦ କରିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ। ଆଜି ବହୁ ଦୁଇ ଚକିଆ ମୋଟର ଯାନ ସହ ଚାଳକ ଓ ଏକ ଅଟୋ ରିକ୍ସା ସହ ଚାଳକ ଙ୍କୁ ଦିବା ୧୨ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖାଯାଇ ସେମାନଙ୍କ ଠାରୁ ବ୍ୟକ୍ତିଗତ ଭାବେ ପୁନର୍ବାର ଭୁଲ କରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେବାପରେ ଛାଡି ଦିଆଯାଇଥିଲା। ଏଣିକି ବାରମ୍ବାର ଚେକିଂ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.