ମୟୂରଭଞ୍ଜରେ ୧୫ ମାମଲା ରୁଜୁ , ୨୦ ଗିରଫ,  ୩  ଫେରାର , ୨ ଗାଡ଼ି ଜବତ 

0 2

୧ ଲକ୍ଷ ୬ ହଜାର ୬ ଶହ  ଟଙ୍କା ଜୋରିମାନା ଆଦାୟ, ୪.୬୫୦ ଲିଟର ବିଦେଶୀ ଓ ୪୬ ଲିଟର ଦେଶୀ ଚୋରା ମଦ ଜବତ

ବାରିପଦା(ଦିଲ୍ଲୀପ ମହାନ୍ତି)- ଲକ୍ ଡ଼ାଉନ ମାର୍ଗଦର୍ଶୀକା ଅଣଦେଖା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନାଗୁଡ଼ିକରେ ୧୫ ଟି ମାମଲା ରୁଜୁ ସହିତ ୨୦ ଜଣ  ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଏବଂ ପରବର୍ତ୍ତି ସମୟରେ ସେମାନଙ୍କୁ  ଜାମିନରେ ଛାଡ଼ି ଦିଆଯାଇଛି । ସେହିପରି ସରକାରଙ୍କ  ମୋଟର ଯାନ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ  ଏମଭି ଆକ୍ଟ ଅନୁସାରେ ୯୪ ହଜାର  ଟଙ୍କା ଜୋରିମାନା କଟା ଯାଇଥିବା ବେଳେ ୨ଟି ଗାଡ଼ିକୁ ଜବତ କରାଯାଇଛି ।  ସେହିପରି ମାସ୍କ ବ୍ୟବହାର କରିନଥିବା ଅଭିଯୋଗରେ ମୋଟ ୧୨ ହଜାର ୬ ଶହ ଟଙ୍କା ଏହିପରି ମୋଟ ୧ ଲକ୍ଷ ୬ ହଜାର ୬ ଶହ ଟଙ୍କା ଫାଇନ କଟାଯାଇଛି । ଏହା ବ୍ୟତୀତ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୪.୬୫୦ ଲିଟର  ଚୋରା ବିଦେଶୀ  ଏବଂ ୪୬ ଲିଟର ଚୋରା ଦେଶୀ ମଦ ଜବତ କରାଯାଇଛି । 

         ସେହିପରି ଲକ୍ ଡ଼ାଉନ ଘୋଷଣାର ପରବର୍ତ୍ତି ସମୟଠାରୁ ଜିଲ୍ଲାକୁ ସଂଯୋଗ କରୁଥିବା ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ଆଦି ଆନ୍ତଃରାଜ୍ୟ ସୀମା ସହ ପଡେ଼ାଶୀ ବାଲେଶ୍ୱର, କେନ୍ଦୁଝର, ଆନନ୍ଦପୁର ଆଦି ଜିଲ୍ଲାଗୁଡ଼ିକର ସିଲ କରାଯାଇଥିବା ପ୍ରବେଶ ପଥ ଉପରେ ତୀକ୍ଷଣ ନଜର ରଖାଯିବା ସଙ୍ଗେ ସଙ୍ଗେ ଜିଲ୍ଲାର ସଦର ମହକୁମା ବାରିପଦା ସହିତ ସମସ୍ତ ଥାନାଗୁଡ଼ିକରେ ଆଜି ସକାଳ ୭ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ବୋଲି  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପୁରୁଷୋତ୍ତମ ଦାସଙ୍କ ସୂତ୍ରରୁ ଜଣାପଡ଼ିଛି ।

 

Leave A Reply

Your email address will not be published.