ବୁଗୁଡା ବ୍ଲକରେ ଉପକୃତ ହେବେ ୪୫୦୦ରୁ ଉର୍ଦ୍ଧ୍ବ  ନିର୍ମାଣ ଶ୍ରମିକ

2

ପୋଲସରା /ଡ଼ଃ କୁମୁଦ ଚନ୍ଦ୍ର ବେହେରା :  ବୁଗୁଡା ବ୍ଲକରେ ୪୫୦୦ ରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଥିବାବେଳେ ଶନିବାର ସୁଦ୍ଧା ୬୮୩ ଜଣ ନିର୍ମାଣ ଶ୍ରମିକଙ୍କୁ ୧୦ଲକ୍ଷ ୨୪ହଜାର ୫ଶହ ଟଙ୍କା ପ୍ରଦାନ କରାଯାଇଥିବା ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ବୁଗୁଡା ବ୍ଲକକୁ ଶ୍ରମ ବିଭାଗ ପକ୍ଷରୁ ୪୮୨୬ ଜଣ ନିର୍ମାଣ ଶ୍ରମିକଙ୍କ ତାଲିକା ଆସିଥିବା ବେଳେ ସେଥିରେ ଆସିକା,ପୋଲସରା ଓ ଜଗନ୍ନାଥପ୍ରସାଦ ବ୍ଲକର ଅନେକ ନିର୍ମାଣ ଶ୍ରମିକଙ୍କ ନାମ ବୁଗୁଡା ବ୍ଲକ ତାଲିକାରେ ଭୁଲରେ ଆସିଯାଇଛି। ତାହା ସଂଶୋଧନ କରିବା ପାଇଁ ବୁଗୁଡା ବ୍ଲକ ପକ୍ଷରୁ ପ୍ରସ୍ତାବ ଯାଇଛି। ଯେଉଁସବୁ ବୁଗୁଡା ବ୍ଲକର ସେମାନଙ୍କୁ ଗତ ଦୁଇଦିନ ସହ ଆଜି ରବିବାର ଦିନ ମଧ୍ୟ ନିର୍ମାଣ ଶ୍ରମିକମାନଙ୍କୁ ଟଙ୍କା ପ୍ରଦାନ କରାଯାଇଛି। ଅବଶିଷ୍ଟ ନିର୍ମାଣ ଶ୍ରମିକଙ୍କୁ ଆସନ୍ତା ରବିବାର ସୁଦ୍ଧା ଟଙ୍କା ପ୍ରଦାନ କାର୍ଯ୍ୟ ଶେଷ କରିବାକୁ ଚେଷ୍ଟା ଚାଲିଥିବା ବ୍ଲକ ଏକାଉଣ୍ଟାଟ ଅଫିସର ପରାଶର ଦାଶ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.