ପୋଲସରା /ଡ଼ଃ କୁମୁଦ ଚନ୍ଦ୍ର ବେହେରା: ପୋଲସରା ବ୍ଲକର ରାଜଶ୍ରୀ ବଳାସୀ ସମାଜ ଓ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଜରିଆରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ କରୋନା ସଂକ୍ରମଣ ସହାୟତା ପାଇଁ ୧ ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ରାଜଶ୍ରୀ ବଳାସୀ ସମାଜ ପକ୍ଷରୁ ସଂଗଠନର ସଭାପତି ମଙ୍ଗୁଳୁ ସାହୁଙ୍କ ନେତୃତ୍ୱରେ ଅନ୍ୟାନ କର୍ମକର୍ତ୍ତା ବୃନ୍ଦ ବିଧାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ଓ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ପୋଲସରା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ବିଧାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ଜକର ପଞ୍ଚାୟତର ୩୭ ଟି ସ୍ବୟଂ ସହାୟକ ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସମସ୍ତ ଅର୍ଥ ଚେକ ମାଧ୍ୟମରେ ପ୍ରଦାନ କରାଯାଇଥିବା ବେଳେ ପୋଲସରା ବ୍ଲକ ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ପୋଲସରା ତହସିଲଦାର ସୁକାନ୍ତ କୁମାର ମିଶ୍ର, ପୋଲସରା ଏନଏସି ଇଓ ପ୍ରଶନ କୁମାର ଦାଶ ପ୍ରମୁଖଙ୍କ ସମେତ ବହୁ ସରକାରୀ କର୍ମଚାରୀ ଓ ଜକର ସରପଞ୍ଚ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.