ଫିକା ପଡିଲା ଦଣ୍ଡନାଚ ସହ ମେରୁଯାତ୍ରା : ଅପେରା ଦେଖାଇଦେଲା କରୋନା l

2

ବ୍ରହ୍ମପୁର(ଶାସକ ପ୍ରଶାସକ) : ଗଞ୍ଜାମ ଜିଲ୍ଲା ଆଧ୍ୟାତ୍ମିକ କ୍ଷେତ୍ରରେ ଆଗୁଆ ରହିଥିବା ବେଳେ ପ୍ରତିବର୍ଷ ପ୍ରତିମାସ ରେ ପଡୁଥିବା ବିଭିନ୍ନ  ପୂଜା ପାଳନ କରିଥାନ୍ତି | ଏହି ଜିଲ୍ଲାର ସହରାଞ୍ଚଳ ସହ ଗ୍ରାମାଞ୍ଚଳ ଲୋକେ ସମସ୍ତ ପର୍ବପର୍ବାଣି କୁ ଏକ ଯାତ୍ରାଭାବେ ବେଶ ଉତ୍ସାହର  ଭାବେ ପାଳନ କରନ୍ତି l ଏହି ଜିଲ୍ଲାରେ ସବୁ ବାର୍ଷିକର ଚୈତ୍ରମାସର ଦଣ୍ଡନାଚ ମାଁ କାଳୀ ମନ୍ଦିରରୁ ବାହାରି ବିଭିନ୍ନ ମାନସିକ ଧାରିଙ୍କ ଘର ସାମ୍ନାରେ ପୂଜାପାଇବା ସହ ମାଁଙ୍କ ତାଣ୍ଡବ ଦେଖାଇଥାନ୍ତି ତେଣୁ ପ୍ରାୟ ଏକ ମାସଧରି ମେରୁ ବା ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ   ପିଲା ଠାରୁ ବୟସ୍କ ଲୋକଙ୍କୁ ଦଣ୍ଡ ନାଚ ସହ ତାହା ସହିତ ଜଡିତ ରାତ୍ରସମୟର  ଅପେରା ନାଚ ପିଲା ଠାରୁ ବଡ଼ଲୋକ ପର୍ଯ୍ୟନ୍ତ ଏହି ଯାତ୍ରା ବଡ଼ ଆନନ୍ଦରେ ଉପଭୋଗ କରନ୍ତି l କିନ୍ତୁ ଏହି ବର୍ଷ ସବୁ ଯାତ୍ରା ବିଗିଡି ଦେଲା ଚୀନର କରୋନା ଭାଇରସ ତାହା ଅସଲ ଯାତ୍ରା ଦେଖାଇ ଜନଜୀବନ ନେବା ସହ ବାହାର ବୁଲୁଥିବା ଲୋକଙ୍କୁ ଏକ ଘରଭିତରେ ସୀମିତ ରଖିବାରେ ସକ୍ଷମ ଅର୍ଜନକରିଛି ବୋଲି ବର୍ତମାନ ପରିସ୍ଥିତିରେ   ଭାଇରସକୁ ନେଇ ଲୋକଙ୍କ  ବଡ଼ଚର୍ଚ୍ଚା  l ଏହି ବର୍ଷ ଏହି ମହାମାରି  କରୋନାର ପ୍ରଭାବ ଯୋଗୁଁ  ସମସ୍ତ ଦେଶ ସହ ବିଭିନ୍ନ ରାଜ୍ୟର ବହୁ ସ୍ଥାନରେ ଲକଡାଉନ ବୃଦ୍ଧି ସହ ବିଭିନ୍ନ ସ୍ଥାନରେ ଜିଲ୍ଲାପ୍ରଶାସନ ବନ୍ଦକରିଥିବା ବେଳେ ମେରୁଯାତ୍ରା ବା ପଣା ସଂକ୍ରାନ୍ତି ବନ୍ଦପାଳନ ପାଳନ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ଏହାକୁ ଅମାନ୍ୟ କଲେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ନେଇ ସୂଚନା ଦେଇଛନ୍ତି l

Leave A Reply

Your email address will not be published.