http://www.youtube.com/watch?v=rR0Iyf6SZMw
ସମ୍ବଲପୁର ରୁ ରମାକାନ୍ତ ବିଶ୍ବାଳ: ଲକ୍ ଡାଉନ୍ ଘୋଷଣା ଯୋଗୁଁ ଏବେ ସମସ୍ତ ପ୍ରକାରର ଯାତ୍ରୀସେବା ଓ ଦୋକାନ ବଜାର ଆଦି ବନ୍ଦ ରହିଥିବାରୁ ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳରେ ଯାତ୍ରୀମାନଙ୍କ ସମେତ ଦିନ ମଜୁରିଆ, ଗରିବମାନେ ଅସହାୟ ଅବସ୍ଥାରେ ରହିଛନ୍ତି l କାମ ଧନ୍ଦା ନ ପାଇ ଭୋକିଲା ଅବସ୍ଥାରେ ପଡି ରହିଥିବା ଏହି ଅସହାୟ, ଗରିବ ଓ ଭୋକିଲାମାନଙ୍କୁ ସମାଜସେବୀ ପୂର୍ବତନ ଉପ ନଗରପାଳ ସିଦ୍ଧାର୍ଥ ସାହା ଙ୍କ ପକ୍ଷରୁ ଦୈନିକ ୩ ଶହରୁ ଉର୍ଦ୍ଧ୍ବ ଲୋକଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଉଛି l ସିଦ୍ଧୁ ସାହାଙ୍କ ନେତୃତ୍ୱରେ ତାଙ୍କର ସାଥିମାନେ ମହାନଗର ନିଗମର ବିଭିନ୍ନ ବସ୍ତି ଅଞ୍ଚଳମାନଙ୍କରେ ବୁଲି ବୁଲି ଖାଦ୍ୟ ବଣ୍ଟନ କରୁଛନ୍ତି l
ସହର ଉପକଣ୍ଟ ଭାଳୁପାଲି ଠାରେ ପଶ୍ଚିମବଙ୍ଗ ରାଜ୍ୟରୁ କାମ କରିବାକୁ ଆସିଥିବା 18 ଜଣ ଶ୍ରମିକ ଲକ୍ ଡାଉନ ଯୋଗୁଁ ଫସି ରହିଥିବା ସୂଚନା ପାଇଁ ସମାଜସେବୀ ସିଧୁ ସାହା ସେମାନଙ୍କ ଖାଇବା ପାଇଁ ଡାଲି ଚାଉଳ ପ୍ରଦାନ କରିଥିଲେ l ଏହା ସହିତ ଦଳର ସଦସ୍ୟମାନେ କରୋନାର ମୁକାବିଲା ପାଇଁ ମାସ୍କ ବଣ୍ଟନ ଓ ସାମାଜିକ ଦୂରତା ରକ୍ଷା, ହାତ ଧୋଇବା ଆଦି ବିଷୟରେ ଲୋକଙ୍କୁ ସଚେତନ କରୁଛନ୍ତି। ଆଜିକାର ଏହି ସେବା କାର୍ଯ୍ୟରେ ସମାଜସେବୀ ତାପସ ପରିଡା, ଲୋକେଶ ପାଣ୍ଡେ, ସୌରଭ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଳେ ଭଗତ ଭାଇ, ସରୋଜ ଭୋଇ, ପ୍ରକାଶ ସାହୁ, ଟିଟୁ ବେହେରାଙ୍କ ସମେତ ବହୁ ସଦସ୍ୟ ଯୁବକ ସହଯୋଗ କରୁଛନ୍ତି l ସ୍ୱେଚ୍ଛାକୃତ ଭାବରେ କରାଯାଉଥିବା ଏହି ସେବା କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଉଛି l