ଅସହାୟଙ୍କୁ ମାସ୍କ ବାଣ୍ଟିବା ସହ ସଚେତନତାର ବାର୍ତ୍ତା ଦେଇ ଜନ୍ମ ଦିନ ପାଳିଲେ ଅମନ

0

ପଦ୍ମପୁର- କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନାକୁ ଦମନ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସାମାଜିକ ଦୂରତ୍ବ ରଖିବା ତଥା ନିଜେ ପରିବେଶ ସଫା ରଖିବା ନିତାନ୍ତ ଆବଶ୍ୟକ । ଯଦି କୌଣସି ବ୍ୟକ୍ତି ଅତି ଆବଶ୍ୟକ ହେଲେ ଯଦି ଘରୁ ବାହାରକୁ ଯାଉଛନ୍ତି ତେବେ ମାକ୍ସ କିମ୍ବା ରୁମାଲରେ ମୁହଁକୁ ଘୋଡେଇ ହେବା ପାଇଁ ସରକାର ଅନୁରୋଧ କରିଛନ୍ତି । ବର୍ତ୍ତମାନ ସ୍ଥିତିରେ ଅସହାୟ ଲୋକ ମାକ୍ସ କିଣିବା କଷ୍ଟକର । ପଦ୍ମପୁର ସହରର ବ୍ୟବସାୟୀ ବିଜେଶ ବଂସଲଙ୍କ ପୁତ୍ର ଅମନ କୁମାର ବଂସଲ ନିଜ ୧୪ତମ ଜନ୍ମ ଦିନ ଅବସରରେ ଆଜି ୫୦୦ ଜଣ ଅସହାୟଙ୍କୁ ମାକ୍ସ ବଣ୍ଟନ କରିଛନ୍ତି ଏବଂ କରୋନା ସହ ଲଢେ଼ଇ ପାଇଁ ସଚେତନ ରହିବା ପାଇଁ ଲୋକଙ୍କୁ ବୁଝାଇଛନ୍ତି । ଅମନଙ୍କୁ ଏହି ପ୍ରୟାସରେ ତାଙ୍କ ସାନ ଭଉଣୀ ପରି ବଂସଲ ସହଯୋଗ କରିଥିଲେ  ।ଏହି ଅବସରରେ ପଦ୍ମପୁର ଥାନାଧିକାରୀ ମାନସ ରଞ୍ଜନ ପ୍ରଧାନ, ଆଇନଜୀବୀ ଅଜିତ ଶତପଥୀ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ଏବଂ ଅମନଙ୍କ ଏହି ମହାନ ପ୍ରୟାସକୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.