ବଜେପି ଓ ରାଜ୍ୟରେ ବିଜେଡ଼ି ସରକାରରେ ଦଳିତମାନେ ସମ୍ପୂର୍ଣ୍ଣ ଅସୁରକ୍ଷିତ, କଂଗ୍ରେସ ଦଳ ଦଳିତମାନଙ୍କ ସ୍ୱାର୍ଥରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ : ପ୍ରସାଦ

0

ପିପିଲି ବ୍ଲକ ମାଧିପୁର ଦଳିତ ସାହିରେ ପିସିସି ସଭାପତି ପଂକ୍ତି ଭୋଜନରେ ଯୋଗଦେଲେ

 ଭୁବନେଶ୍ୱର:  ସମ୍ବିଧାନ ପ୍ରଣେତା ଡ଼ଃ ବାବାସାହେବ ଆମ୍ବେଦକରଙ୍କ ୧୨୭ତମ ଜୟନ୍ତୀ ଉପଲକ୍ଷେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ପିପିଲି ବ୍ଲକ ଅନ୍ତର୍ଗତ ମାଧିପୂର ଗ୍ରାମର ଦଳିତ ସାହି ଗସ୍ତ କରିଥିଲେ।   ସେଠାରେ ତାଙ୍କୁ ଶତାଧିକ ଦଳିତ ପୁରୁଷ ଓ ମହିଳା ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଶ୍ରୀ ହରିଚନ୍ଦନ ସେଠାରେ ଡ଼ଃ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାସହ ତାଙ୍କର ସ୍ମୃତି ଚାରଣ କରିଥିଲେ। ଶ୍ରୀ ହରିଚନ୍ଦନ  ଉପସ୍ଥିତ ଜନତାକୁ ସେମାନଙ୍କର ଅଧିକାର ସମ୍ପର୍କରେ ସୂଚାଇ ଦେଇ କିପରି କଂଗ୍ରେସ ଦଳ ଦଳିତମାନଙ୍କ ସ୍ୱାର୍ଥରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ତାହା ସେମାନଙ୍କୁ ବୁଝାଇଥିଲେ। ପରେ ଶ୍ରୀ ହରିଚନ୍ଦନ ସେମାନଙ୍କ ସହ ଏକ ପଂକ୍ତି ଭୋଜନରେ ଯୋଗଦେଇଥିଲେ। ଏହି ଘଟଣା ସେମାନଙ୍କୁ ବହୁତ ଉତ୍ସାହିତ କରିଛି ବୋଲି ସ୍ଥାନୀୟ ଦଳିତ କଂଗ୍ରେସ କର୍ମୀ ଶ୍ରୀ ଆରତ ଭୋଇ ଏବଂ କୈଳାସ ଭୋଇ ପ୍ରକାଶ କରିଥିଲେ। ଶ୍ରୀ ହରିଚନ୍ଦନ ଦେଶ ଓ ରାଜ୍ୟରେ ଦଳିତମାନଙ୍କ ଉପରେ ବଢ଼ି ଚାଲିଥିବା ଅତ୍ୟାଚାର ପାଇଁ ବିଜେପି ଓ ବିଜେଡ଼ିକୁ ନିନ୍ଦା କରିଥିଲେ। କେନ୍ଦ୍ରରେ ବଜେପି ଓ ରାଜ୍ୟରେ ବିଜେଡ଼ି ସରକାରରେ ଦଳିତମାନେ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛନ୍ତିବୋଲି ସେ କହିଥିଲେ। କଂଗ୍ରେସ ଦଳ ଉଭୟ ବିଜେପି ଓ ବିଜେଡ଼ିର ଦଳିତ ମାରଣ ନୀତି ବିରୁଦ୍ଧରେ ସଂଗ୍ରାମକୁ ଆହୁରି ତୀବ୍ରତର କରିବ ବୋଲି ଚେତବନି ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀ ହରିଚନ୍ଦନଙ୍କ ସହ ପୂର୍ବତନ ବିଧାୟକ ଡ଼ଃ ଲଲାଟେନ୍ଦୁ ମହାପାତ୍ର, ମହିଳା କଂଗ୍ରେସ ସଭାପତି ସସ୍ମିତା ବେହେରା, ପ୍ରଦେଶ କଂଗ୍ରେସ ମୁଖପାତ୍ର ସୌଗତ ମହାନ୍ତି, ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ସହ-ଅଧକ୍ଷ ବାଙ୍କନିଧି ବେହେରା, ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ହଳଧର ସେଠୀ, ଏଆଇସିସି ସଭ୍ୟା ଜାନକୀ ମଲ୍ଲିକ ,ପିସିସି ସଭ୍ୟ କୈଳାସ ସାହ ଓ ସୂର୍ଯ୍ୟକାନ୍ତି ବାଗ ଯୋଗଦେଇଥିଲେ।

Leave A Reply

Your email address will not be published.