ବୀରମହାରାଜପୁର – (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଦେଶକୁ ୨୧ ଦିନ ପାଇଁ ତାଲା ବନ୍ଦ ଘୋଷଣା ରିଛନ୍ତି । ସମସ୍ତେ ଏହାକୁ ପାଳନ ମଧ୍ଯ କରୁଥିବା ଦେଖିବାକୁ ମିଳିଛି । ତେବେ ତାଲା ବନ୍ଦ ସମୟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ ବସବାସ କରୁଥିବା ହସ୍ତତନ୍ତ ବୁଣାକାରଙ୍କର(ବେହେରା ସଂପ୍ରଦାୟକ ) ପରିବାର ସମସ୍ୟା ବଢିଯାଇଛି । ଏହି ବୁଣାକାର ପରିବାର ହସ୍ତତନ୍ତ କାର୍ଯ୍ୟରୁ ରୋଜଗାର କରି ନିଜର ପରିବାର ପୋଷଣ କରିଥାନ୍ତି । ବର୍ତ୍ତମାନ କାମ ଅଭାବରୁ ଏହି କାରିଗରଙ୍କ ଆଥିର୍କ ସ୍ଥିତି ଦୁର୍ବଳ ହୋଇ ପଡିଛି । ବଲାଙ୍ଗୀର ହସ୍ତତନ୍ତ ସମବାୟ ଅଧୀନରେ ବୀରମହାରାଜପୁର, କେନ୍ଦୁପାଲୀ, ରଥପୁର ନୂଆସାହି, ଟାଙ୍ଗରସାହି,ହନୁମାନପାଲି, କମଲପୁର, ଖଣ୍ଡହତା, ସୁବଳୟା, ଟିକରପଡା, ବୁରଘାଟ ଓ ଚମ୍ପାପୁର ପ୍ରଭୁତି ଗାଁ ଗୁଡ଼ିକରେ ଏହି ବୁଣାକାର ପରିବାର ରହୁଛନ୍ତି । ବହୁ ପୁରାତନ ଏହି ହସ୍ତଶିଳ୍ପ ଦିନକୁ ଦିନ ଲୋପ ପାଇବାକୁ ବସିଥିବା ବେଳେ ଅଲ୍ପ କିଛି ବୁଣାକାର ଏହି କଳା ବଞ୍ଚେଇ ରଖିଛନ୍ତି । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ରୋଜଗାର ଠପ୍ ହୋଇଯାଇଛି । ସେମାନଙ୍କର ପରିବାର କିପରି ଚଲାଇବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ସମସ୍ୟା କୁ ଗୁରୁତ୍ବ ପ୍ରଦାନ କରି ଏହି ବୁଣାକାର ପରିବାର ଗୁଡିକର ରୋଜଗାର ବ୍ୟବସ୍ଥା ସହିତ ଆଗାମୀ ଦିନରେ ଏହି ହସ୍ତତନ୍ତ ବୁଣାକାର ମାନଙ୍କ ପାଇଁ କିଛି ଯୋଜନା କରିବାକୁ ବନମାଳୀ ମେହର, ବିଜୟା ମେହର, ଦୟାନିଧି ମେହର, ତ୍ରିପୁରା ମେହର, କୁଞ୍ଜବିହାରୀ ମେହର, ମଧୁ ମେହର, ରମା ମେହର ଓ ମେଘୁ ମେହର ସହ ଶତାଧିକ ମେହର ପରିବାର ଦାବି ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.