ମୁଖ୍ୟମନ୍ତ୍ରୀଂକ ଛାତ୍ର କଲ୍ୟାଣ ପାଣ୍ଠିରୁ ଆକାଶ ଦିପଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

0

13-04-18-dip-help.jpg - 81.54 kB

ବଲାଙ୍ଗିର/ niroj mishra  – ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଖୁଜେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଗତ ଶିକ୍ଷା ବର୍ଷର ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଖୁଜେନପାଲିର ଛାତ୍ର ଆକାଶ ଦିପ   ଯିଏକି ବର୍ତ୍ତମାନ ଭଗବାନ ବିଦ୍ୟା ମନ୍ଦିର ଖୁଜେନପାଲିର ନବମ ଶ୍ରେଣୀର ଛାତ୍ରଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଛାତ୍ର କଲ୍ୟାଣ ପାଣ୍ଠିରୁ ବଲାଙ୍ଗିର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ରିଚପାଲ ସାଗର ୨ ଲକ୍ଷ ଟଙ୍କାର ସହାୟତା ରାଶି ରୂପେ ଏକ ଚେକ ପିଡିତ ଛାତ୍ରର ମା ଜୟନ୍ତି ଦିପଙ୍କୁ ପ୍ରଦାନ କରିଥିଲେ । ବିରୋଧି ଦଳ ନେତାଙ୍କ ନୋମିନି କିଶୋର ସିଂ ନିନା, ସ୍ଥାନୀୟ ସରପଞ୍ଚ ସତ୍ୟବାନ ସାହୁ, ପିଡିତ ଛାତ୍ରର ବାପା ଅବଧାନ ଦିପ ଚେକ ପ୍ରଦାନ ସମୟରେ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି, ୧୦  ସେପ୍ଟେମ୍ବର ୨୦୧୬ ରେ ସେହି ସମୟରେ ସପ୍ତମ ଶ୍ରେଣୀରେ ପଢୁଥିବା ଆକାଶ ଦିପଙ୍କୁ ୧୧ କେ.ଭି. ବିଦୁ୍ୟତ ତାର ଲାଗିଯିବାରୁ  ବାମ ହାତ ସମ୍ପୁର୍ଣ୍ଣ ରୂପେ ନଷ୍ଟ ହୋଇ ଯାଇଥିଲା । ୧୨ ସେପ୍ଟେମ୍ବର ୨୦୧୬ ରେ ପ୍ରଧାନ ଶିକ୍ଷୟତ୍ରୀ ସବିତା ସାହୁ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଧନଞ୍ଜୟ ମହାପାତ୍ର ଉକ୍ତ ଛାତ୍ରଙ୍କୁ ସହାୟତା ରାଶି ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କୁ ସୁପାରିଶ କରିଥିଲେ । ୨୩ ସେପ୍ଟେମ୍ବର ୨୦୧୬ ମସିହାରେ ପିଡିତ ଛାତ୍ରଙ୍କୁ ଜିଲ୍ଲାପାଳଙ୍କ ସହାୟତା ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା । 

Leave A Reply

Your email address will not be published.