ଲୋକଙ୍କ ପାଖରେ ପହଂଚି ସହାୟତା ବାଣ୍ଟିଲେ ଆଉ ସଚେତନ ବି କଲେ ମନ୍ତ୍ରୀ ସୁଶାନ୍ତ 

0

ରାସନକାର୍ଡ ହିତାଧିକାରୀଙ୍କୁ ମନ୍ତ୍ରୀ ୩ ମାସର ଚାଉଳ ଓ ସହାୟତା ରାଶି ବାଂଟିଲେ

ସୋହେଲା(ଶାସକ ପ୍ରଶାସକ)-କରୋନାକୁ ନେଇ ସବୁଠି ଲକ ଡାଉନ | ଚାରିଆଡ ଶୂନଶାନ | ଅନେକ ନେତା ବିଧାୟକ ଓ ମନ୍ତ୍ରୀ ଯେତେବେଳେ ନିଜକୁ ଲୋକଙ୍କ ଠାରୁ ଏକାନ୍ତରେ ରଖିଛନ୍ତି, ଠିକ ସେତିକି ବେଳେ ଲକଡାଉନ ଜନିତ ଅସୁବିଧାର ସମ୍ମୁଖୀନ ହେଉଥିବା ବେଲେ ନିଜ ନିର୍ବାଚନମଣ୍ଡଳୀରେ ଅବସ୍ଥାନ କରି ନିଜ ଜିଲ୍ଲା ତଥା ଅଞ୍ଚଳବାସୀଙ୍କ ଦୁଃଖସୁଖ ବୁଝିବା ପାଇଁ ବିଭିନ ଅଂଚଳ ଗସ୍ତକରି ନିରାପତ୍ତା-ସଚେତନତାର ବାର୍ତ୍ତା ଦେଇ ଆସୁଛନ୍ତି | ଏହା ସହିତ ସରକାରଙ୍କ ପକ୍ଷରୁ ଘୋଷିତ ସହାୟତା ବଣ୍ଟନ କରିଆସୁଛନ୍ତି ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମ ଇଏସଆଇ ବିଭାଗ କ୍ୟାବିନେଟ ମନ୍ତ୍ରୀ ସୁଶାନ୍ତ ସିଂହ | ଲୋକଙ୍କ ସୁଖ ଦୁଃଖ ବୁଝିବା ସହ ସହ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କରୋନା ଜନିତ ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନେଇଆସୁଛନ୍ତି | 

ଆଜି ସେହିକ୍ରମରେ  ବରଗଡ ଜିଲା ସୋହେଲା ବ୍ଲକ ଛୁରିଆପାଲି ପଂଚାୟତ ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମ ପ୍ରାଥମିକ ସ୍କୁଲରେ ଆଜି  ମନ୍ତ୍ରୀ ଶ୍ରୀ  ସିଂହ ରାସନକାର୍ଡ ହିତାଧିକାରୀଙ୍କୁ ୩ ମାସର ଚାଉଳ ଓ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ପ୍ରତି ହିତାଧିକାରୀଙ୍କୁ ୧ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ହିତାଧିକାରୀମାନେ ସ୍କୁଲକୁ ପ୍ରବେଶ କରିବା ବେଳେ ଫାଟକରେ ସାବୁନରେ ହାତ ଧୋଇଥିଲେ ଏବଂ  ସ୍କୁଲ ପରିସରକୁ ପ୍ରବେଶ କରି ଚିହ୍ନିତ ସ୍ଥାନରେ ଛିଡା ଧାଡିରେ ଆସି ମନ୍ତ୍ରୀଙ୍କଠାରୁ ଚାଉଳ ଓ ସହାୟତା ରାଶି ଗ୍ରହଣ କରିଥିଲେ । ଝାରମୁଣ୍ଡା ଗ୍ରାମର ୨୫୦ ଜଣ ହିତାଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛୁରିଆପାଲି ପଂଚାୟତ ସରପଂଚ ହରେକୃଷ୍ଣ ବାରିକ,ପେଟୁପାଲି ପଂଚାୟତ ସରପଂଚ ଘୋଷାମଣୀ ବାଗ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ପଧାନ,ପଂଚାୟତ ନିର୍ବାହୀ ଅଧିକାରୀ କାର୍ତିକ ବେହେରା,ଜିଆରଏସ ବିଶ୍ୱାମିତ୍ର ନାଏକ,ଯୋଗାଣ ସହାୟକ ବଳଦେବ ଲୁହା ପ୍ରମୁଖ ସାମିଲ ହୋଇଥିବାବେଳେ ବଲ୍ଲୀଟିସ୍ଥ  ପଧାନ,କୃଷ୍ଣଚନ୍ଦ୍ର ରଣା,ଅକ୍ଷୟ ପଧାନ,ମନୋରଂଜନ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

Leave A Reply

Your email address will not be published.