ପ୍ରତ୍ୟେକ ଗ୍ରାମ ପଞ୍ଚାୟକୁ ଆସିଛି ୫ ଲକ୍ଷ ଟଙ୍କା-କେତେ ଖର୍ଚ୍ଚ ହେଉଛି ତଦାରଖ ଆପଣ ମାନଙ୍କ ଉପରେ 

0 1

ସମ୍ବଲପୁର-ରେଙ୍ଗାଲିରୁ ରମାକାନ୍ତ ବିଶ୍ବାଳ :  କରୋନା ମୁକାବିଲା ପାଇଁ ପ୍ରତି ପଞ୍ଚାୟତକୁ 5ଲକ୍ଷ ପର୍ଯ୍ୟନ୍ତ ବ୍ୟୟ ମଞ୍ଜୁରୀ। ଆଉ ତା ବି କ୍ବାରେନଟାଇନ୍ ହୋମ୍ ବା ସେଫ୍ ସେଣ୍ଟର କରିବା ପାଇଁ ।ଏହି ଖର୍ଚ୍ଚ CFC/SFC ଫଣ୍ଡରୁ  ସରପଞ୍ଚଙ୍କୁ ନିର୍ଦ୍ଦେଶ କରିଛନ୍ତି ରାଜ୍ୟ ସରକାର। ଏହି Isolation room ବା ଅଲଗା ରୋଗୀକକ୍ଷରେ ୫ରୁ୧୦ଟି ବେଡ଼ ରହିବ ଯାହାର ଆନୁମାନିକ ମୂଲ୍ୟ ୧୦ ରୁ ୧୫ ହଜାର ଟଙ୍କା ହେବ, ବେଡସିଟ ତକିଆ ମିଶାଇଲେ ଆଉ ପାଞ୍ଚ ହଜାର। ଛାତଘର ଯେପରି ସ୍କୁଲ ବା କୃଷକ ଭବନ ବା ପଞ୍ଚାୟତ ସଭାଗୃହ ପ୍ରଭୃତି ରେ ଏ ଆୟୋଜନ କରିବା ପାଇଁ ପ୍ରାବଧାନ ରହିଛି। ଏହା ବ୍ୟତୀତ ପାନୀୟ ଜଳ ପାଇଁ ଆକ୍ବାଗାର୍ଡ ପରି ଜଳ ବିଶୋଧକ ଯନ୍ତ୍ର ଲାଗିବ, ଘର ଟି ହ୍ବାଇଟ ଓ୍ବାସ ହେବ। ଏ ବାବଦରେ ୬୦ ରୁ ୭୦ ହଜାର ଖର୍ଚ୍ଚ ଆବଶ୍ୟକ ପଡ଼ିପାରେ।  ୩୦ଟଙ୍କା ମୂଲ୍ୟ ର ତିନୋଟି ମିଲ ପ୍ରତ୍ୟେକ ଙ୍କ ପାଇଁ, ଅର୍ଥାତ୍ ୧୫ ଲୋକଙ୍କ ଦୈନିକ ଖାଇବା ବାବଦରେ ୧୩୫୦ ଟଙ୍କା ଖର୍ଚ୍ଚ ହେବ। ଖାଇବା ବାବଦକୁ ପାଖାପାଖି ୪୦ ରୁ ୫୦ ହଜାର ଟଙ୍କା ଦରକାର ପଡିବ। ଏମିତି ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚକୁ ମିଶାଇଲେ ୨ ଲକ୍ଷ ପରି ଟଙ୍କା ଆବଶ୍ୟକ ପଡୁଛି। ଯଦି ହ୍ବାଇଟ ଓ୍ବାସ ନ କରାଯିବ ତେବେ ଖର୍ଚ୍ଚ ପରିମାଣ ଆହୁରି କମ୍ ହେବ।

ଏତେ  ସବୁ ଲେଖିବାର କାରଣ ଖର୍ଚ୍ଚ ପାଇଁ ଆବଶ୍ୟକ ୨ଲକ୍ଷ କିନ୍ତୁ ମଞ୍ଜୁର ହୋଇଛି ୫ଲକ୍ଷ, ତେଣୁ ସମସ୍ତଙ୍କୁ ଅନୁରୋଧ ନିଜ ନିଜର ପଞ୍ଚାୟତ ଦ୍ବାରା ଏ ବାବଦକୁ କେତେ ଖର୍ଚ୍ଚ କରୁଛନ୍ତି ତାର ତଦାରଖ କରନ୍ତୁ। ଏ ଟଙ୍କା ଆମର। ମିଥ୍ୟା ବିଲ୍ କରି କେହି ଖାଇ ନ ଯାଆନ୍ତୁ। ରାଜକୋଷକୁ ଏମିତି ଯଦି ଖୋଳ କରି ଚାଲିବେ ଶେଷରେ ସାଧାରଣ ଲୋକ ଥାଳ ଧରି ବୁଲିବେ, ଚୋରି ଡକାୟତି ପରି ଅସାମାଜିକ କାର୍ଯ୍ୟକଳାପ ବଢି ଚାଲିବ।

Leave A Reply

Your email address will not be published.