କୋଭିଡ-19 ସଂକ୍ରମଣ କାଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ କେତେକ ଆତ୍ମରକ୍ଷା ଉପାୟ

0 2

(ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ପିଆଇବି ମାଧ୍ୟମରେ ଜନହିତରେ  ଜାରି) 

ନୂଆଦିଲ୍ଲୀ(ଶାସକ ପ୍ରଶାସକ) :  କୋଭିଡ-19 ସଂକ୍ରମଣ ଯୋଗୁ ସମଗ୍ର ଜଗତ ଆତଙ୍କିତ ହୋଇଥିବାବେଳେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଅତି ଗୁରୁତ୍ୱପୂର୍ଣ୍ଣ । ଆରୋଗ୍ୟଠାରୁ ସଚେତନତା ଅଧିକ ଭଲ ନ୍ୟାୟରେ କରୋନା ସଂକ୍ରମଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବାବେଳେ କେତେକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଆବଶ୍ୟକ । ଶରୀର ବିଜ୍ଞାନ ଭାବେ ପରୀକ୍ଷିତ ଆୟୁର୍ବେଦ ପ୍ରକୃତିର କେତେକ ଜିନିଷପତ୍ର ଉପଯୋଗ କରି ସୁସ୍ଥ ଜୀବନ କାଟିବା ପାଇଁ କେତେକ ଉପଦେଶ ଦେଇଛି । ଦିନଚର୍ଯା ତଥା ଦୈନନ୍ଦିନ ଜୀବନ ତଥା ରୀତିନୀତିକ କାର୍ଯ୍ୟକଳାପ ଜରିଆରେ ଏକ ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ ଆୟୁର୍ବେଦ କେତେକ ପ୍ରତିଷେଧକମୂଳକ ବ୍ୟବସ୍ଥା ଦେଇଛି । ଆୟୁର୍ବେଦର ବହୁ ପୁରାତନ ଚିକିତ୍ସା ପଦ୍ଧତିକୁ ଅନୁସରଣ କରି ସାଧାରଣ ଲୋକ କେତେକ ପ୍ରତିଷେଧକ ଗ୍ରହଣ କରିବା ସହ ସୁସ୍ଥ ଜୀବନ ଅତିବାହିତ କରିପାରିବେ । ବିଶେଷକରି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ସ୍ୱାସ୍ଥ୍ୟଗତ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ କେତେକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି । ଏଗୁଡ଼ିକ ଆୟୁର୍ବେଦ ସାହିତ୍ୟ ଓ ବୈଜ୍ଞାନିକ ସିଦ୍ଧାନ୍ତ ଦ୍ୱାରା ସ୍ୱୀକୃତ । କେତେକ ତଥ୍ୟ :

ଦିନତମାମ ସୂକ୍ଷ୍ମ ଜଳ ସେବନ

ଅନ୍ତତଃ ଅଧଘଂଟା ପାଇଁ ଯୋଗାସନ, ପ୍ରାଣାୟମ ଓ ଧ୍ୟାନ ପାଇଁ ଆୟୁଷ ମନ୍ତ୍ରଣାଳୟ ସୁପାରିଶ କରିଛି । ହଳଦୀ, ଜିରା, ଧନିଆଁ ଏବଂ ରସୁଣର ବ୍ୟବହାର ରୋଷେଇରେ କରିବା ପାଇଁ ସୁପାରିଶ କରିଛି ।

ଆୟୁର୍ବେଦିକ ପଦ୍ଧତିରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି

ସକାଳ 10ଟା ପର୍ଯ୍ୟନ୍ତ ଚବନପ୍ରାଶ ସେବନ । ତେବେ ମଧୁମେହରେ ପୀଡ଼ିତ ବ୍ୟକ୍ତିମାନେ ଦିନା ଚିନିଯୁକ୍ତ ଚବନପ୍ରାଶ ସେବନ କରିପାରିବେ । ହର୍ବାଲ ଚା, ଯଟାଯୁକ୍ତ ତୁଳସୀ, ଡାଳଚିନି, ଗୋଲମରିଚ, ଶୁଣ୍ଠି ଓ ପିପ୍ପଳି ଦିନକୁ ଥରେ ବା ଦୁଇଥର ସେବନ କରିପାରିବେ । ଏହାକୁ ସୁସ୍ୱାଦୁ କରିବା ପାଇଁ ଲୁଣ କିମ୍ବା ଲେମ୍ବୁଜଳ ଆବଶ୍ୟକ ହେଲେ ମିଶାଇ ପାରିବେ । ଦିନକୁ ଥରେ ବା ଦୁଇଥର 150 ମିଲିଲିଟର ଗରମ କ୍ଷୀରରେ ଅଧଚାମଚ ହଳଦୀଗୁଣ୍ଡ ମିଶାଇ ପିଇପାରିବେ ।

ନାକର ଚିକିତ୍ସା

ନଡ଼ିଆ, ରାଶିତେଲ କିମ୍ବା ଘିଅ ଦୁଇ ନାକପୁଡ଼ାରେ ସକାଳେ ଓ ସନ୍ଧ୍ୟାରେ ଲଗାଇବା ।

ଗୋଟିଏ ଚାମଚ ନଡ଼ିଆତେଲ ପାଟିରେ ରଖି କୁଳି କରି ବାହାର କରି ଦିଅନ୍ତୁ । ତା ପରେ ଗରମପାଣିରେ ଭଲଭାବେ କୁଳି କରନ୍ତୁ । ଦିନକୁ ଥରେ ବା ଦୁଇଥର ଏହିପରି କରାଯାଇପାରିବ ।

ଶୁଖିଲା କାଶ ଓ ଗଳା ସଂକ୍ରମଣ ପାଇଁ

ପୋଦିନା ବା ଜୁଆଣି ଗରମ ପାଣିରେ ମିଶାଇ ଦିନକୁ ଥରେ ଏହାର ବାମ୍ଫ ନିଆଯାଇପାରିବ । କଫ ବା ଗଳା ସଂକ୍ରମଣ ହେଲେ ଚିନି ଓ ମହୁ ସହ ଲବଙ୍ଗ ଗୁଣ୍ଡ ମିଶାଇ ଦିନକୁ ଦୁଇରୁ ତିନିଥର ଖିଆଯାଇପାରିବ । ସାଧାରଣତଃ ଶୁଖିଲା କାଶ ଓ ଗଳା ସଂକ୍ରମଣରେ ଏହା ପ୍ରୟୋଗ କରାଯାଉଥିଲେ ମଧ୍ୟ ବେଶିଦିନ ଧରି ଏହା ଲାଗି ରହିଲେ ଡାକ୍ତରଙ୍କ ପରାମଶଁ ନିଆଯିବା ଆବଶ୍ୟକ । ଏହି ସମସ୍ତ ଉପଚାର ସଂକ୍ରମଣ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଦେଶର ସୁନାମଧନ୍ୟ ବୈଦ୍ୟ ସୁପାରିଶ କରିଛନ୍ତି । ସେମାନେ ହେଲେ କୋଏମ୍ବାଟୁରର ବୈଦ୍ୟ ପଦ୍ମଶ୍ରୀ ପି.ଆର.କ୍ରିଷ୍ଣକୁମାର, ଦିଲ୍ଲୀର ବୈଦ୍ୟ ପଦ୍ମଭୂଷଣ ଦେବେନ୍ଦ୍ର ତ୍ରିଗୁଣା, କୋଟକାଲର ବୈଦ୍ୟ ପି.ଏନ.କାରିଅଲ, ନାଗପୁରର ବୈଦ୍ୟ ଜୟନ୍ତ ଦେବପୂଜାରୀ, ଥାଣେର ବୈଦ୍ୟ ବିନୟ ଭାଲେଙ୍କାର, ତେଲଙ୍ଗାନାର ବୈଦ୍ୟ ବି.ଏସ.ସତାର, ଜାମନଗରର ବୈଦ୍ୟ ପଦ୍ମଶ୍ରୀ ଗୁରମିତ ସିଂ, ହରିଦ୍ୱାରର ଆଚାର୍ଯ୍ୟ ବାଳକ୍ରିଷ୍ଣ, ଜୟପୁରର ବୈଦ୍ୟ ଏମ.ଏସ.ବାଘେଲ, ଉତ୍ତରପ୍ରଦେଶ ହାବେଳିର ବୈଦ୍ୟ ଆର.ବି. ତ୍ରିବେଦୀ, ବାରଣାସୀର ବୈଦ୍ୟ ପି.ଏନ.ଦ୍ୱିବେଦୀ, ଚଣ୍ଡିଗଡ଼ର ବୈଦ୍ୟ ଡ. ଶର୍ମା, କୋଲକାତାର ବୈଦ୍ୟ ଅଦିତ୍ୱର ଚଟୋପାଧ୍ୟାୟ, ଦିଲ୍ଲୀର ବୈଦ୍ୟ ତମିଜା ନେତାରି, ଜୟପୁରର ବୈଦ୍ୟ ସଞ୍ଜିବ ଶର୍ମା ଓ ଜୟପୁରର ବୈଦ୍ୟ ଅନୁପ ଠକ୍କର । କେବଳ ଉପଦେଶଗୁଡ଼ିକ କୋଭିଡ-19ର ଚିକିତ୍ସାପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି କୁହାଯାଇଛି ।

 

Leave A Reply

Your email address will not be published.