କରୋନା ମୁକାବିଲା : ବୁଗୁଡା ବ୍ଲକ ୧୯ ଟି ପଞ୍ଚାୟତରେ ରାନ୍ଧଖାଦ୍ୟ

0 2

★ ୨୧ ଟି ପଞ୍ଚାୟତରେ ଶଯ୍ୟା,ମଶାରୀ,ଓ ପାଣି

★ବୁଗୁଡା ଏନଏସିରେ ରନ୍ଧାଖାଦ୍ୟ,ଭତ୍ତା ବଣ୍ଟନ

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକର ୨୧ ଟି ପଞ୍ଚାୟତ ମଧ୍ୟରୁ ୧୯ ଟି ପଞ୍ଚାୟତରେ ଗରିବ ଲୋକଙ୍କୁ ରାନ୍ଧଖାଦ୍ୟ ଦିଆଯାଇଥିବା ବେଳେ ଅରଖପୁର ପଞ୍ଚାୟତରେ ଶୁଖିଲା ଖାଦ୍ୟ ଦିଆଯାଇଛି। କେବଳ ମୋଟାବାଡ଼ି ପଞ୍ଚାୟତରେ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇନାହିଁ। ବ୍ଲକର ୨୧ ଟି ପଞ୍ଚାୟତରେ ସ୍ଥାପନ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶଯ୍ୟା ଯୋଗାଯିବା ସହ ମଶା ଦାଉରୁ ରକ୍ଷା ପାଇଁ ମଶାରୀ, ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ୨୦ ଲିଟର ପାଣିଜାର ଓ ହାତସଫା ପାଇଁ ହ୍ୟାଣ୍ଡ ୱାସ ପ୍ରଭୃତି ଯୋଗାଣ ହୋଇଥିବା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ଏଥିସହ ଯେଉଁ କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନାହିଁ ସେଠାରେ ଜେନେରେଟରର ବ୍ୟବସ୍ଥା କରାଯାଇଥିବା ଶ୍ରୀ ପାତ୍ର କହିଛନ୍ତି। ସେହିପରି ବୁଗୁଡା ଏନଏସିରେ ଆଜି ୨୫ ଜଣଙ୍କୁ ଦୁଇ ଥର ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ୨୦୧ ଜଣ ହିତାଧିକାରୀଙ୍କୁ  ଚାରି ଲକ୍ଷ ଛଅ ହଜାର ଟଙ୍କା ଭତ୍ତା ବଣ୍ଟନ କରାଯାଇଛି। ବାସନ୍ତୀ କଲ୍ୟାଣି ମଣ୍ଡପରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶଯ୍ୟା ପ୍ରସ୍ତୁତ ହେବାସହ ଜରୁରୀ ଶଯ୍ୟା ପାଇଁ ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟକୁ ପ୍ରସ୍ତୁତ କରି ରଖା ଯାଇଛି।ପୂର୍ବପରି ପ୍ରତି ୱାର୍ଡରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ରାସନ ସାମଗ୍ରୀ ଓ ପନିପରିବା ଯୋଗାଣ ଚାଲୁ ରହିଅଛି। ଘରୁ ବାହାରକୁ ନଆସିବା ପାଇଁ ପୋଲିସ ପ୍ରଶାସନ, ବ୍ଲକ ପ୍ରଶାସନ, ପୌର ପ୍ରଶାସନ ଓ ତହସିଲ ପ୍ରଶାସନ ବାରମ୍ବାର ଅନୁରୋଧ କରି ସଚେତନତା କରୁଥିଲେ ମଧ୍ୟ କେତକ ବ୍ୟକ୍ତି କରୋନା ଭୁତାଣୁର ଭୟାବହକୁ ନମାନି ବାହାରେ କିଛି କାର୍ଯ୍ୟ ନଥାଇ ଘୁରୁଥିବା ଦେଖଗିବାକୁ ମିଳିଛି। ମାତ୍ର ଦଶ ପ୍ରତିଶତ ଅବୁଝା ବ୍ୟକ୍ତିଙ୍କ ପାଇଁ ସମସ୍ତ ଜନତାକୁ ବିପଦ ମୁହଁକୁ କଦାପି ଠେଲି ଦିଆଯାଇପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଠିକ କରଥିବା ଜଣା ପଡ଼ିଛି। ଯେଉଁମାନେ ବିନା କାରଣରେ ବାହାରେ ବୁଲୁଥିବେ ସେମାନଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧ କେନ୍ଦ୍ରରେ ନିଶ୍ଚିତ ଭାବେ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡିଛି। ସେଥିପାଇଁ ସମସ୍ତେ କରୋନା କବଳରୁ ମୁକ୍ତି ପାଇଁ ଲକ ଡାଉନ ଆଇନକୁ ମାନିବ ପାଇଁ ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.