ପଦ୍ମପୁର ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ ଅସହାୟ ମାନଙ୍କୁ ଆବଶ୍ୟକ ସାମଗ୍ରୀ ବଣ୍ଟନ

0 2

ପଦ୍ମପୁର/ଶାସକ ପ୍ରଶାସକ : ସାରା ବିଶ୍ୱ କୁ  କରୋନା ଭଟାରୁ ଦ୍ୱାରା ଅଣାୟତ୍ତ ହୋଇଥିବା ବେଳେ  କରୋନା ଭୁତାଣୁ  କୋବିଦ-୧୯ ସହ ଲଢ଼ିବା ପାଇଁ ଏବଂ ଦେଶ ବାସି ଙ୍କ ରକ୍ଷା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ୨୧ ଦିନର ତାଲା ବାନ୍ଦ ଡାକରା ଦେଇଥିବା ବେଳେ ଦେଶ ହିତ ରେ କରା ଯାଇଛି । ଏହି ଲକ ଡାଉନ କୁ ସମର୍ଥନ କରି ସାରା ଦେଶ ରେ ଜନ ସାଧାରଣ ଘରଭିତରେ ରହିଛନ୍ତି । ହେଲେ ନୀତି ଦିନ ମଜୁରୀ କରି ଖଟିଖାଉଥିବା ଲୋକ ମାନେ ଏହି ଲକ ଡାଉନ  ଦ୍ୱାରା ଖାଇବାକୁ ନ ପାଇ ପ୍ରଭାବିତ ହେଉଛନ୍ତି। ସେହି ପରି ପଦ୍ମପୁର ଅଂଚଳର ଆଖ ପାଖ ଗାଁ ର କିଛି ଲୋକ ମଧ୍ୟ ଖାଇବାକୁ ପାଉ ନଥିବାବେଳେ ଆଜି ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚ୍ଚାର ଏକ ଟିମ ଧୂମଭଟା ଛକ ନିକଟ ଆମ୍ବ ତୋଟା ରେ ରହୁଥିବା ଏବଂ କୁଲହାଣ୍ଟି ଗ୍ରାମ ରେ ରହୁ ଥିବା କିଛି ଲୋକ ଙ୍କୁ ଚାଉଳ, ଡାଲି, ଆଳୁ, ତେଲ, ପନିପରିବା, ସାବୁନ, ବିସ୍କିଟ୍ ଆଦି ରିଲିଫ ବାଣ୍ଟିବା ସହ ପ୍ରଶାସନ କିପରି ଏହା ଉପରେ ଧ୍ୟାନ ଦେବ ସେ ପ୍ରତି ଚେଷ୍ଟା କରିବେ ବୋଲି କହିଛନ୍ତି।ଏହି ବଣ୍ଟନ ସମୟରେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ମୁକ୍ତା ସାହୁ, ଲଖମରା ସରମ୍ପଞ୍ଚ ଭୀଷ୍ମଦେଵ ଡ଼ନସେନା, ପ୍ରମୋଦ ମେହେର,  ଯୁବ ନେତା ଇଂଜିନିୟର କୁନାଲ ପାଣିଗ୍ରାହୀ, ଟୁନା ଦନସନା, ହିତେସ ଅଗ୍ରୱାଲ, ସୁରେଶ ସାହୁ, ଦିନେସ ବାରିକ, ସୁରଜ ସୁନା ପ୍ରମୁଖ ରିଲିଫ ବଣ୍ଟନ ରେ ଯୋଗ ଦେଇଥିଲେ।

Leave A Reply

Your email address will not be published.