ଭୁବନେଶ୍ୱର(ଶାସକ ପ୍ରଶାସକ) ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ମହାପାତ୍ରଙ୍କ ଅକାଳ ବିୟୋଗ ଘଟିଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ ଯୁବ ଜନତା ଦଳ ତଥା ବିଜୁ ଜନତା ଦଳର ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ନିଜ ଶୋକବାର୍ତ୍ତାରେ ଜଣାଇଛନ୍ତି ଯୁବ ବିଜେଡି ରାଜ୍ୟ ସଭାପତି ତଥା ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ | ଶ୍ରୀ ପତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଶ୍ରୀ ମହାପାତ୍ର ଜଣେ ଦୃଢ ସଂଗଠକ ତଥା ଯୁବ ସମାଜସେବୀ ଥିଲେ । ବିଭିନ୍ନ ସମୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେଇ ଅନେକ ଯୁବ ପିଢିଙ୍କୁ ସେଥିରେ ସାମିଲ କରାଉଥିଲେ । ତାଙ୍କର ଏହି ଅକାଳ ବିୟୋଗ ଖବର ପାଇବା ମାତ୍ରେ ବିଜୁ ଯୁବ ଜନତା ଦଳ ତଥା ବିଜୁ ପରିବାରର ସମସ୍ତଙ୍କ ମନରେ ଶୋକର ଛାୟା ଖେଳାଇଦେଇଛି । ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାର୍ଥନା ସହ ଶୋକସନ୍ତପ୍ତ ପରିବାରକୁ ଭଗବାନ ସହାୟ ହୁଅନ୍ତୁ ବୋଲି ଶ୍ରୀ ଅମରେଶ ପତ୍ରୀ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post