ଅମାନିଆ ଜନସାଧାରଣଙ୍କୁ ନେଇ ଚିନ୍ତାରେ ପ୍ରଶାସନ

0 2

ବାରିପଦା(ଦିଲ୍ଲୀପ ମହାନ୍ତି )- କୋଭିଡ଼-୧୯ର ସଫଳ ମୁକାବିଲା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାରେ ଲକ୍ ଡ଼ାଉନ ଘୋଷଣା କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ମାର୍ଗଦର୍ଶୀକା ଜାରି କରାଯାଇ ଆସୁଥିବା ବେଳେ ବାରିପଦା ପୌରପରିଷଦରେ କେତେକ ଜନସାଧାରଣ ସଚେତନତାର ଅଭାବ ହେଉ ଅଥବା ଅନ୍ୟ କୌଣସି କାରଣ ହେଉ ଏହାକୁ ପାଳନ କରିବାକୁ ପ୍ରସ୍ତୁତ ନ ଥିବାର ପରିଲକ୍ଷିତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଘରେ ପରିବାର ସହିତ ସୁରକ୍ଷିତ ରୁହ ଓ ଜିଲ୍ଲାବାସୀଙ୍କୁ ସୁରକ୍ଷିତ ରହିବାରେ ସହାୟକ ହେବାର ବାର୍ତ୍ତା ବାରମ୍ବାର ଦିଆ ଯାଉଥିବା ବେଳେ ଜନସାଧାରଣଙ୍କୁ ଘରେ ଖାଦ୍ୟ ସାମଗ୍ରୀ ସହିତ ଔଷଧ, ପରିବା, ଗ୍ରୋସାରୀ ଆଦି ଯୋଗାଇ ଦେବା ନିମନ୍ତେ ସମସ୍ତ ପ୍ରକାରର ସୁବିଧାର ବ୍ୟବସ୍ଥା କରାଯାଇଛି । ତଥାପି କେତେକ ବ୍ୟକ୍ତି କୌଣସି କାରଣ ନ ଥାଇ ବାହାରେ ଘୁରି ବୁଲିବା ସହିତ ସାମାଜିକ ଦୂରତ୍ୱକୁ ବଜାୟ ନ ରଖି ହାଟ, ବଜାର, ଛକ ଆଦିରେ ଭିଡ଼ ଜମାଇବା ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟି ଯାଇଛି ।

ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କ ନିଦେ୍ର୍ଧଶ କ୍ରମେ ଅତିରିକ୍ତ ଏସପି ଅଭିମନୁ୍ୟ ନାୟକ, ବାରିପଦା ସଦର ଏସଡ଼ିପିଓ କେ କେ ହରିପ୍ରସାଦଙ୍କ ଉପସ୍ଥିତିରେ ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ସଦଳବଳେ ବାରିପଦା କଚେରୀ ମାର୍କେଟରେ ପହଁଞ୍ଚି ଜନସାଧାରଣଙ୍କୁ ପରସ୍ପର ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରିବା ନିମନ୍ତେ ପରାମର୍ଶ ଦେବା ସହ ଦୋକାନଗୁଡ଼ିକ ସମ୍ମୁଖରେ ଗ୍ରାହକମାନଙ୍କ ଛିଡ଼ା ହେବା ନିମନ୍ତେ ଚିହ୍ନ ଟାଣି ଦେଇଥିଲେ । ମାତ୍ର ଉକ୍ତ ଲକ୍ଷ୍ମଣ ରେଖାକୁ  ଗ୍ରାହକମାନେ ଖୋଲାଖୋଲି ଅଣଦେଖା କରି ଭିଡ଼ ଜମାଇବାକୁ ନେଇ କାର୍ଯ୍ୟରତ ପୁଲିସମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ବାରିପଦା କଚେରୀ ମାର୍କେଟରେ ବାରିପଦା ବିଧାୟକ ପ୍ରକାଶ ସୋରେନ  ପରିବାର କିଣିବାକୁ ଯାଇଥିବା ବେଳେ ସାମାଜିକ ଦୂରତ୍ୱକୁ ମାନି ନ ଥିବାର ଦେଖିବାକୁ ମିଳିଥିଲା । 

Leave A Reply

Your email address will not be published.