ସାଲ୍ୟୁଟ : ମଣିଷ ପଣିଆ ଦେଖାଇଲେ ଜଟାଧାରୀ ଓ ଜୟ ଜବାନ କ୍ଳବର ଯୁବଗୋଷ୍ଠୀ ।

0 2

ପଦ୍ମପୁର/ଶାସକ ପ୍ରଶାସକ – ସାରାଦେଶରେ ପ୍ରଧାନମନ୍ତ୍ରୀଙ୍କ ୨୧ଦିନର ତାଳାବନ୍ଦ ଡାକରା ପରେ ଅତ୍ୟାବଶ୍ୟକ ଜିନିଷ ବ୍ୟତୀତ ସମସ୍ତ ଦୋକାନ ,ଯାନବାହାନ ବନ୍ଦ ରହିଛି । ସମସ୍ତ ଜନସାଧାରଣଙ୍କ ବ୍ୟବସାୟ ବନ୍ଦ ରହିଛି । ଏହି ତାଳାବନ୍ଦ ଗରିବ ଖଟିଖିଆ ତଥା ଦୈନିକ କାମକରି ଚଳୁଥିବା ଲୋକଙ୍କ ପାଇଁ ଏକ କାଳ ସଦୄଶ୍ୟ ହୋଇଯାଇଛି । ଗରିବ ଅସହାୟ ଲୋକ ବହୁ କଷ୍ଟରେ ଦିନ ଅତିବାହିତ କରୁଥିବା  ଦେଖିବାକୁ ମିଲୁଛି । ଏପରି ଦୟନୀୟ ଅବସ୍ଥା ସମୟରେ ଉକ୍ତ ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇଛନ୍ତି ଦୀପ୍ତୀପୁର ଅଞ୍ଚଳର କିଛି ଯୁବଗୋଷ୍ଠୀ । ଜୟ ଜବାନ କ୍ଳବ ଓ ଜଟାଧାରୀ କ୍ଳବର ମିଳିତ ଉଦ୍ୟମରେ ଟାଳ ପଞ୍ଚାୟତର ଗରିବ ଅସହାୟ ତଥା ଦିନ ମଜୁରିଆ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ଓ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ ଯୋଗଦେଇ ଉକ୍ତ ଯୁବଗୋଷ୍ଠୀ ଙ୍କୁ ଉତ୍ସାହିତ କରିଥିଲେ । ଶୁଖିଲା ଖାଦ୍ୟରେ ଚାଉଳ,ଡାଲି,ଚିନି,ଚା,ସୁଜି,ଚୁଡା,ବିସ୍କୁଟ ଓ ଲୁଣ ଦିଆଯାଇଛି । ଯୁବଗୋଷ୍ଠୀଙ୍କ ଏହି ଶୁଖିଲା ଖାଦ୍ୟ ଅସହାୟ ମାନଙ୍କ ପାଇଁ ସହାୟକ ହେବ ବୋଲି  ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା ହେଉଛି । ଏହି ଶୁଖିଲା ଖାଦ୍ୟ ବଣ୍ଟନରେ ଜଟାଧାରୀ କ୍ଳବ ଟାଳର ଧିରେନ ବିଶ୍ବାଳଙ୍କ ନେତୄତ୍ବରେ ଡ଼ମ୍ବରୁଧର ପ୍ରଧାନ,ଅଶ୍ବିନୀ ସାହୁ, ମୁକେଶ ବେରିଆ,ଆନନ୍ଦ ପ୍ରଧାନ, ଦେବାଶିଷ ପ୍ରଧାନ, ଶାନ୍ତନୁ ବଢେଇ, ସୁମନ୍ତ ପ୍ରଧାନ, ଚିନ୍ତାମଣି ପ୍ରଧାନ, ଜ୍ୟୋତିକାନ୍ତ ସାହୁ,ନିଳମଣି ସାହୁ,ନାରାୟଣ ସାହୁ ଓ ଜୟ ଜବାନ କ୍ଳବ ଦୀପ୍ତୀପୁରର ଦୀପ୍ତିକାନ୍ତ ମୁଖିଙ୍କ ନେତୄତ୍ବରେ ରୋଶନ ପାଣିଗ୍ରାହୀ,ବିନୟ ସାହୁ,ପ୍ରେମାନନ୍ଦ ବାରିକ, ଚେତନ ଜେନ,ସୁନିଲ ସାହୁ, ସୁଶିଲ ସାହୁ,ଚନ୍ଦନ ସାହୁ, ରଜତ ସାହୁ, ହାର୍ଷିଦ ଗୋୟଲ,କୁନା ବାରିକ, କଂଗ୍ରେସ ସାହୁ,ଅନିଲ ସାହୁ, ବଣ୍ଟି ଅଗ୍ରୱାଲ, ବବୁଲୁ ସୁନା ପ୍ରମୁଖ ଉପସ୍ଥିତ ଥିଲେ । ଜୟ ଜବାନ କ୍ଳବ ଓ ଜଟାଧାରୀ କ୍ଳବର ମିଳିତ ଉଦ୍ୟମରେ ଏହି ପଦକ୍ଷେପକୁ ଆମେ ସାଲ୍ୟୁଟ କରୁଛୁ |

 

Leave A Reply

Your email address will not be published.