ଇଂ ପ୍ରୀତିରଞ୍ଜନ ଘଡ଼ାଇ ଦେଲେ ୩ମାସର ଦରମା 

0 2

ଭୁବନେଶ୍ୱର (ଶାସକ ପ୍ରଶାସକ) କରୋନା ଆତଙ୍କ ଏବେ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ଓଡିଶା ସରକାର କରୋନାର ମୁକାବିଲା କରିବା ପାଇଁ ବ୍ୟାପକ ଯୁଦ୍ଧକାଳୀନ ପଦକ୍ଷେପ ଗ୍ରହଣ କରିଛନ୍ତି | କରୋନା ମହାମାରୀର ମୁକାବିଲା କରିବା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ଥିବା ବେଲେ ଏଥିପାଇଁ ସହଯୋଗର ହାତ ବଢ଼ାଇବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନିଜ ତିନି ମାସର ଦରମା ସିଏମ ରିଲିଫ ଫଣ୍ଡକୁ ଦାନ କରିବା ସହ ଲୋକମାନଙ୍କଠାରୁ ସହାୟତା ପାଇଁ ନିବେଦନ କରିଥିବା ବେଳେ ତାଙ୍କରି ପଦାଙ୍କ ଅନୁସରଣ କରିଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ | ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ  ଜଣାଇ  ସିଏମ  ରିଲିଫ୍ ପାଣ୍ଠିକୁ ସୁକିନ୍ଦା ବିଧାୟକ ଇଂ ଘଡ଼ାଇ  3 ମାସର ଦରମା ପ୍ରଦାନ କରିବା ସହ  କରୋନାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବିଶାଳ ଅଭିଯାନ ପାଇଁ  ଆର୍ଥିକ ସହଯୋଗ ଯୋଗାଇଦେବା ସକାଶେ ନିବେଦନ କରିଛନ୍ତି  ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ।

Leave A Reply

Your email address will not be published.