ବରଗଡ଼ ବେସରକାରୀ ଡାକ୍ତର ସଂଘ  ବଢ଼ାଇଲା ସହାୟତାର ହାତ : ଏକଲକ୍ଷ ଟଙ୍କା ପ୍ରାରମ୍ଭିକ ପର୍ଯ୍ୟାୟରେ ଦାନ

0 2

  ବରଗଡ :-ଦିନକୁ ଦିନ କରୋନା ଭୁତାଣୁ ରୋଗର ଭୟାବହତା ବଢ଼ିବାରେ ଲାଗିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଡାକ୍ତର ତଥା ଅନ୍ୟାନ୍ୟ ସେବାକାରୀ ମାନଙ୍କୁ ପ୍ରଶଂସା କରିଥିବା ବେଳେ  ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘଡିସନ୍ଧି ମୁହୂର୍ତ୍ତରେ ଜୀବନକୁ ବାଜି ଲଗାଇ ସେବା କରୁଥିବା ସେବାକାରୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ କରୋନା ମୁକାବିଲା କରିବା ପାଇଁ ସହାୟତାର ହାତ ବଢ଼ାଇଲା ବରଗଡ଼ ବେସରକାରୀ ଡାକ୍ତର ସଂଘ । ସଂଘର ସଭାପତି ଡ଼ାକ୍ତର ରାମକୃଷ୍ଣ ପୁରୋହିତଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ସହିତ ସାକ୍ଷାତ କରିବା ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି ଅବସରରେ ଏହି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକଲକ୍ଷ ଟଙ୍କା ପ୍ରାରମ୍ଭିକ ପର୍ଯ୍ୟାୟରେ ଦାନ କରିବା ସହିତ ସମସ୍ତ ପ୍ରକାର ସହଯୋଗ ଯଥା ଆର୍ଥିକ, ସାମାଜିକ, ଶାରୀରିକ,ଏହି ମହାମାରୀ ରୋଗ ବିଷୟରେ ଲୋକଙ୍କୁ ଅଧିକ ସଚେତନ କରିବାପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଅନୁରୂପ ଭାବେ ଏକ ପତ୍ର ଲେଖି ବରଗଡ଼ର ବେସରକାରୀ ଡାକ୍ତରମାନଙ୍କ ଇଚ୍ଛା ବିଷୟରେ ଆଲୋକପାତ କରିଛନ୍ତି।ଏହି ପ୍ରତିନିଧି ଦଳରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ଡାକ୍ତର ରାଜେଶ ତ୍ରିପାଠୀ, ଡ଼ା ପ଼୍ୟାରିଲାଲ ତ୍ରିପାଠୀ, ପ୍ରବୀଣ ଅଗ୍ରଓ୍ବାଲ, ବିକାଶ ଗୃପର ଅଧ୍ୟକ୍ଷ ଡି ମୁରଲୀ କ୍ରିଷ୍ଣା, ଡ଼ା ବିନୋଦ ବିହାରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ | 

 

Leave A Reply

Your email address will not be published.