ସିଏମଙ୍କ ରିଲିଫ ଫଣ୍ଡକୁ ଡାକ୍ତର ରାମଚନ୍ଦାନି ଦେଲେ ମାସକ ଦରମା  , ସହାୟତା ପାଇଁ କଲେ ନିବେଦନ 

0 2

ସମ୍ବଲପୁର(ଶାସକ ପ୍ରଶାସକ)  :- କରୋନା ଆଜି ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି । ଏହାର ମୁକାବିଲା କରିବା ପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ଯାହା ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ । କିନ୍ତୁ ଏହି ମହାମାରୀ ସହିତ ଲଢେଇ କରିବା ପାଇଁ ସରକାର ପ୍ରତ୍ୟେକ ସଚେତନ ନାଗରିକ ସରକାର ଙ୍କର ପ୍ରତେକଟା ନିୟମ ପାଳନ କରିବା ସହିତ ସମ୍ପୂର୍ଣ୍ଣ ସହଯୋଗ କରିବା ନିହାତି ଆବଶ୍ୟକ । ଗତ କାଲି ମାନ୍ୟବର ମୁଖମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ମହାମାରୀ ର ମୁକାବିଲା କରିବା ପାଇଁ ନିଜର ତିନି ମାସ ର ବେତନ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ଦାନ କରିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରେ ଦାନ କରିବା ପାଇଁ ଅନୁରୋଧ କରିଥିଲେ । 

     ଏହି ଘଡିସନ୍ଧି ମୁହୁର୍ତ୍ତ ର ଆବଶ୍ୟକତା କୁ ଅନୁଭବ କରି ଭୀମସାରର ଡାକ୍ତର ଶଙ୍କର ରାମଚନ୍ଦାନି ଆଜି ନିଜର ଏକ ମାସ ର ଦରମା ମୁଖ୍ୟମନ୍ତ୍ରୀ ଙ୍କର ରିଲିଫ ଫଣ୍ଡ କୁ ଦେବାପାଇଁ ଘୋଷଣା କରିଛନ୍ତି ଓ ସେ ରାଜ୍ୟର ସମସ୍ତ ନାଗରିକ ଙ୍କୁ ନିଜର ସାଧ୍ୟ ମୁତାବକ ଏହି ଘଡିସନ୍ଧି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ଙ୍କର ରିଲିଫ ଫଣ୍ଡ କୁ ଦାନ କରିବା ପାଇଁ ନିବେଦନ କରିବା ସହିତ ଆମେ ନିଶ୍ଚିତ ଭାବର ଏହି ଲଢ଼େଇ ରେ ବିଜୟ ହେବା ବୋଲି ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.