ଜନସାଧାରଣଙ୍କୁ ମାସ୍କ  ବଣ୍ଟନ କଲେ ଜିଲ୍ଲା କଂଗ୍ରେସ କର୍ମୀ

0 2

ଭୁବନେଶ୍ୱର(ଶାସକ  ପ୍ରଶାସକ  ) :-ବିଶ୍ଵରେ କରୋନା  ଭୁତାଣୁ ଉଗ୍ରରୂପ ନେଇ ପାଖାପାଖି ୧୩୦ରୁ ଅଧିକ ଦେଶକୁ ନିଜର କାୟା ବିସ୍ତାର କରି ସଂକ୍ରମଣ କରିଚାଳିଛି | କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଭୂତାଣୁ କୁ ସମ୍ପୂର୍ଣ୍ଣ ନିପାତ କରିବା ପାଇଁ ଦେଶର ଜନସାଧାରଣଙ୍କୁ ରାତିଦିନ ସଚେତନତା ଅଭିଯାନ ଆରମ୍ଭକରି ପ୍ରୟାସ ଜାରି କରିଛନ୍ତି ଲୋକେ ଘରେ ରୁହନ୍ତୁ ପରିବାରକୁ  ସୁରକ୍ଷିତ ରଖନ୍ତୁ ଭଳି ଅନେକ ସ୍ଲୋଗାନ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କୁ ବିଭିନ୍ନ ପ୍ରକାର ସଚେତନ କରାଉଛନ୍ତି | ଏହି ଭୟାବହ ସଂକ୍ରମଣରୁ  ରକ୍ଷା ପାଇବା ପାଇଁ ନିଜ ନିଜ ଅଞ୍ଚଳରେ ବିଭିନ୍ନ ସଂଗଠନ ବିଭିନ୍ନ ରାଜନୈତିକ ଦଳ କରୋଣା ଭୁତାଣୁ ସଂକ୍ରମଣରୁ ନିଜ ନିଜ ଅଞ୍ଚଳରେ ଜନସାଧାରଣଙ୍କୁ ସଚେତନତା କରାଇ ଲାଗିପଡିଛନ୍ତି ମାକ୍ସ ବାଣ୍ଟିବା ପାଇଁ ଗତକାଲି ସୁନ୍ଦରଗଡ଼ ଡେଙ୍ଗିଭାଡ଼ି ଛକ ପାଖରେ ଶ୍ରୀମତୀ ଅମିତା ବିଶ୍ୱାଳଙ୍କ ନେତୃତ୍ୱରେ ୫୦୦ ଟି ମାସ୍କ ବଣ୍ଟା ଯାଇଛି | ଏଥିରେ କଂଗ୍ରେସ ବରିଷ୍ଠ ନେତା ବେଣୁମାଧଵ ତ୍ରିପାଠୀ,ଅଜିତ ପ୍ରସାଦ, ସୁବ୍ରତ ପୁରୋହିତ, ଦେବାଶିଷ ଦାସ, ବାପି ନାଏକ, ମହମ୍ମଦ ଫୈଜଲ , କାଳୀପଦ୍ ସାମଲ, ଟୁନା ସାହୁ, ରାଜା ପଟନାୟକ,ନିର୍ମଳ ନାଏକ, ମୁନୁ ସରାଫ ଏବଂ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ରାସ୍ତାରେ ଯିବା ଆସିବା ଲୋକଙ୍କୁ ମାସ୍କ ବଣ୍ଟନ କରିଥିଲେ |

Leave A Reply

Your email address will not be published.