୨୯ ତାରିଖ ପର୍ଯ୍ୟନ୍ତ ଆହାର କେନ୍ଦ୍ର ବନ୍ଦ କର, ପାର୍କରେ ପକାଅ ତାଲା 

0 2

 ଭୁବନେଶ୍ୱର (ଶାସକ ପ୍ରଶାସକ)  ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ରାଜ୍ୟବ୍ୟାପୀ ଲକ ଡାଉନ ଘୋଷଣା କରିଥିବା ବେଲେ ରାଜ୍ୟର ଆହାର କେନ୍ଦ୍ର ଗୁଡିକ ବନ୍ଦ ରଖିବା ପାଇଁ  ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶ ଦିଆଯାଇଛି | ଏହି ମର୍ମରେ ସବୁ ଜିଲ୍ଲାପାଳ , ମୁନିସିପାଲ କମିଶନର ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିଠି ଲେଖିଛନ୍ତି ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ | ଆହାର କେନ୍ଦ୍ର ଗୁଡିକୁ ଆସନ୍ତା ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ବନ୍ଦ ରାଖିବାକୁ ଥିବା ବେଳେ କେବଳ ଡାକ୍ତରଖାନା ପରିସରରେ ବା ତତ୍ସଂଲଗ୍ନ ସ୍ଥାନରେ ଥିବା ଆହାର କେନ୍ଦ୍ର ଗୁଡିକୁ ଏଥିରୁ ବାଦ ଦେବା ପାଇଁ ଶ୍ରୀ ନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି | ଏଗା ସହିତ ସମସ୍ତ ସର୍ବସାଧାରଣ ପାର୍କ ଗୁଡିକ ସମ୍ପୂର୍ଣ ଭାବେ ବନ୍ଦ ରଖିବା ପାଇଁ ଶ୍ରୀ ନାୟକ ତାଙ୍କ ଚିଠିରେ ପରାମର୍ଶ ଦେଇଛନ୍ତି |

Leave A Reply

Your email address will not be published.