ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଥିବା କରୋନା ଭୂତାଣୁ ଓଡ଼ିଶାରେ ଯେପରି କାୟା ବିସ୍ତାର ନକରେ ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ପଦକ୍ଷେପ ଗ୍ରହଣ କରି ଜନସଚେତନତା କରିଥିଲେ ମଧ୍ୟ ୨୩ ତାରିଖରେ ଲକ ଡାଉନକୁ ଅନେକ ବ୍ୟକ୍ତି ମାନି ନଥିବା ଦେଖା ଦେଇଛି। ଏହି ଜାତୀୟ ବିପତ୍ତିକୁ ରୋକିବା ପାଇଁ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି।ସେଥିପାଇଁ ପ୍ରଶାସନ ୨୪ ତାରିଖ ଠାରୁ ବାଇକ,ସ୍କୁଟି ପ୍ରଭୃତି ଦୁଇ ଚକିଆ ଗାଡି ଚାଳନା ବନ୍ଦ କରିବା ସହ ଔଷଧ ଦୋକାନ ବ୍ୟତୀତ ଅନ୍ୟ ଅତ୍ୟାବଶ୍ୟକ ଦୋକାନ ସକାଳ ୭ ଘଣ୍ଟାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ଦିନ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଫୋର୍ସ ବୁଗୁଡ଼ାରେ ଫ୍ଲାଗ ମାର୍ଚ୍ଚ କରବା ସହ ଅତି ଜରୁରୀ ଦରକାର ନପଡିଲେ ଘରୁ ନବାହାରିବାକୁ ବାର୍ତ୍ତା ଦେଇଥିଲେ। ଏଥି ସହ ବୁଗୁଡା ବସ ଷ୍ଟାଣ୍ଡ ସମ୍ମୁଖରେ ସମସ୍ତ ଯାନବାହନ ଅଟକାଇ ଜରୁରୀ କାର୍ଯ୍ୟ ନଥିବା ଗାଡିଚାଳକମାନଙ୍କୁ ଘରକୁ ଫେରାଇ ଦେଇଥିଲେ। ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଅତିରିକ୍ତ ତହସିଲଦାର ସଂଗ୍ରାମ କେଶରୀ ଜେନା,ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଓ ବୁଗୁଡା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ମିଳିତ ଭାବେ ବୁଗୁଡା ସହରର ବ୍ୟବସାୟୀ ଓ ଲୋକ ମାନଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ। ୨୪ ତାରିଖ ଠାରୁ ଲକ ଡାଉନ ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ପ୍ରଶାସନ ତପ୍ତର ହୋଇଥିବା ଦେଖାଦେଇଛି।
Sign in
Sign in
Recover your password.
A password will be e-mailed to you.