ବୀରମହାରାଜପୁର – (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ କରୋନା ସନ୍ଦିଗ୍ଧ ଙ୍କ ଚିକିତ୍ସା ପାଇଁ ୧୭ଗୋଟ ଅସ୍ଥାୟୀ ଶିବିର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ମୋନିସା ବାନାର୍ଜୀଙ୍କ ନିଦ୍ଦେର୍ଶକ୍ରମେ ଏହି ବ୍ଯବସ୍ଥା କରାଯାଇଛି । ବୀରମହାରାଜପୁର ଗୋଷ୍ଠୀଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ ଙ୍କ ସୂଚନା ଅନୁସାରେ ଯଦି କେହି ବିଦେଶରୁ ଫେରେ କିମ୍ବା ଏ ଅଞ୍ଚଳରେ ଖାସ, ଥଣ୍ଡା, ଜ୍ଵରରେ ଆକ୍ରାନ୍ତ ହୋଇ କରୋନା ଲକ୍ଷଣ ଦେଖାଯାଏ ପ୍ରଥମେ ତାଙ୍କୁ ଏହି ଅସ୍ଥାୟୀ ଶିବିରରେ ରଖାଯିବା । ତାଙ୍କ ରକ୍ତ ନମୁନା ସଂଗ୍ରହ ପରୀକ୍ଷା ପାଇଁ ପଠାଯିବା ସହ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ ।ଏହି ଶିବିର ମାନଙ୍କରେ ଏଏନ୍ଏମ୍ ମାନଙ୍କୁ ନିଯୁକ୍ତି କରାଯିବ । ରିପୋର୍ଟ ପଜେଟିଭ ଥିଲେ ଅନ୍ୟ ଡାକ୍ତରଖାନାକୁ ପଠାଯିବ । ସେଥିପାଇଁ ବ୍ଲକ ର ବାଗବର ପଞ୍ଚାୟତ ର ହାଇସ୍କୁଲ ଠାରେ ଅସ୍ଥାୟୀ ଭାବେ ଚିକିତ୍ସା ପ୍ରକୋଷ୍ଠ ଖୋଲା ଯାଇଛି । ଏଠାରେ ଜିପିଟିଏ ଭରତଚନ୍ଦ୍ର ଭୋଇ ନୋଡ଼ାଲ ଅଧିକାରୀ ଦାଇତ୍ବରେ ଅଛନ୍ତି । ଅନ୍ୟ ଅସ୍ଥାୟୀ ଶିବିରରେ ବହଲପଦର ୟୁପି ସ୍କୁଲ ଜିପିଟିଏ ସୁରେନ୍ଦ୍ର ସାହୁ ନୋଡାଲ ଅଧିକାରୀ, ବୀରମହାରାଜପୁର କଲ୍ଯାଣ ମଣ୍ଡପ (ଚମ୍ପାମାଲ ) ପିଇଓ ବିଶ୍ଵାମିତ୍ର ଶତପଥୀ ନୋଡାଲ ଅଧିକାରୀ, ହିଲୁଙ୍ଗ ପଞ୍ଚାୟତ ର ବୀରମହାରାଜପୁର ବାଳକ ହାଇସ୍କୁଲ ପିଇଓ ଆଦିତ୍ଯ କୁମାର ମେଣ୍ଡୀଲି ନୋଡାଲ ଅଧିକାରୀ, ଦୁରଜନତୈଲା ପଞ୍ଚାୟତ ସାଗଜୁରି ହାଇସ୍କୁଲ ଯନ୍ତ୍ରୀ ରମାକାନ୍ତ ହରିପାଲ ,ଜଟେସିଂହା ହାଇସ୍କୁଲ ରେ ଯନ୍ତ୍ରୀ ସୁଶାନ୍ତ କୁମାର ପଣ୍ଡା ନୋଡାଲ ଅଧିକାରୀ, କମିରା ୟୁପି ସ୍କୁଲରେ ଏମ୍ ଆଇ ପୂର୍ଣଚନ୍ଦ୍ର ରାଉତ ନୋଡାଲ ଅଧିକାରୀ, କେନଝିରିଆପାଲି ପଞ୍ଚାୟତ ର ଅଚଣ୍ଡା ହାଇସ୍କୁଲ ରେ ବିଏସଏସଓ ଖିରୋଦ ଭୂଷଣ ରାଓ ନୋଡାଲ ଅଧିକାରୀ, ଖଣ୍ଡହତା ପଞ୍ଚାୟତ ର ବଡକିରାସିରା ହାଇସ୍କୁଲ ଓ ଇନ୍ଦିରାଗାନ୍ଧୀ ହାଇସ୍କୁଲ ରେ ପିଏ ପ୍ରଦିପ କୁମାର ବାଘ ନୋଡାଲ ଅଧିକାରୀ, ଲୁତୁରପଙ୍ଗ ହାଇସ୍କୁଲ ରେ ଓଏଲଏମ ସପନ ପୁଝାରୀ ନୋଡାଲ ଅଧିକାରୀ, ମୃଷୁଣ୍ଡୀ ପଞ୍ଚାୟତ ହାଇସ୍କୁଲର ଓ ଯୁଧିଷ୍ଠିରପୁର ୟୁପି ସ୍କୁଲ ରେ ଜିପିଟିଏ ସୁକାନ୍ତ କିଶୋର ସାହୁ ନୋଡାଲ ଅଧିକାରୀ, ସଂଗ୍ରାମପୁର ପଞ୍ଚାୟତ ର ଜୁବରାଜପୁର ହାଇସ୍କୁଲ ଏସ ଡି ସି ରଞ୍ଜିତ ଖମାରି ନୋଡାଲ ଅଧିକାରୀ, ସୁବଳୟା ହାଇସ୍କୁଲ ରେ ପିଇଓ ସୁରୁବାବୁ ଚୌଧୁରୀ ନୋଡାଲ ଅଧିକାରୀ, ଉଫୁଲା ପଞ୍ଚାୟତ ର ରଥପୁର ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟର ରେ ଯନ୍ତ୍ରୀ ଉଦୟନାଥ କିସାନ ନୋଡାଲ ଅଧିକାରୀ, ପିତାମହୁଲ ହାଇସ୍କୁଲ ରେ ପିଇଓ ଯଶୋବନ୍ତ ରାଓ ନୋଡାଲ ଅଧିକାରୀ ଅଛନ୍ତି । ଅସ୍ଥାୟୀ ଶିବିରରେ ବିଜୁଳି ବ୍ୟବସ୍ଥା, ଶୌଚାଳୟର ଓ ଅନ୍ୟ ସମସ୍ତ ବ୍ୟବସ୍ଥା କରାଯାଇଥିବା ବିଡିଓ ଶ୍ରୀ ସୁଲିଆ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.