ବୁଗୁଡ଼ାରେ ଅନ୍ୟ ରାଜ୍ୟରୁ ଆସିଥିବା ୧୬୬ ଜଣ  ପଞ୍ଜିକୃତ,କେହି କରୋନା ସଂକ୍ରମିତ ନୁହଁନ୍ତି 

0 2

* ବ୍ଲକ,ତହସିଲ,ଓ ପୋଲିସ ପ୍ରଶାସନଙ୍କ ଘନ ଘନ ପରିଦର୍ଶନ ଓ ପେଟ୍ରୋଲିଂ

* ୨୧ ଟି ପଞ୍ଚାୟତରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ, ସ୍ୱାସ୍ଥ୍ୟ ବିଭାଗର ତପ୍ତରତା

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ବୁଗୁଡା ଅଞ୍ଚଳକୁ ଅନ୍ୟ ରାଜ୍ୟରୁ ଆସିଥିବା ୧୬୬ ଜଣ ବ୍ୟକ୍ତିଙ୍କ ନାମ ପଞ୍ଜୀକୃତ ହୋଇଥିବା ବେଳେ  ସ୍ୱାସ୍ଥ୍ୟ ପରୀକ୍ଷା ପରେ କେହି ମଧ୍ୟ କରୋନା ସଂକ୍ରମିତ ନୁହଁନ୍ତି ବୋଲି ବୁଗୁଡା ନୋଡାଲ ଅଫିସର ତନ୍ମୟ ପାତ୍ର ଓ ବୁଗୁଡା ମେଡ଼ିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ବୁବୁଡା ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ସୋମବାର ପ୍ରାୟ ୮ ଘଣ୍ଟା ସମୟରେ ପହଁଞ୍ଚି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ କିପରି ବ୍ୟବସ୍ଥା କରାଯାଇଛି ତାହା ପରିଦର୍ଶନ କରିଥିଲେ।ପରେ ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ ଓ ଅନ୍ୟାନ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ସନ୍ତୋଷ ପ୍ରକାଶ କରିଥଲେ।ସେହିପରି ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହାରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ବାହିନୀ ବିଭିନ୍ନ ଅଞ୍ଚଳକୁ ପେଟ୍ରୋଲିଂ କରୁଥିବା ଦେଖଗିବାକୁ ମିଳିଛି।ମୁଖ୍ୟମନ୍ତ୍ରୀଙ୍କ ଲକ ଡାଉନ କାର୍ଯ୍ୟକ୍ରମକୁ ସଫଳ ସଫଳ କରାଇବା ସହ ବୁଗୁଡା ଅଞ୍ଚଳ କିପରି କରୋନା ସଂକ୍ରମଣରୁ ମୁକ୍ତ ରହିବ ସେଥିପାଇଁ ବ୍ଲକ ପ୍ରଶାସନ, ତହସିଲ ପ୍ରଶାସନ, ପୋଲିସ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଆନ୍ତରିକ ଉଦ୍ୟମ ଜାରି ରଖିଛନ୍ତି । 

Leave A Reply

Your email address will not be published.