କରୋନା ମୁକାବିଲା : ଲକ ଡାଉନ, ସମ୍ବଲପୁର ଠପ

0 2

ସମ୍ବଲପୁରରୁ ରଚନା ଦ୍ବିବେଦୀ:  ବିଶ୍ୱରେ ଦେଖାଦେଇଥିବା ମହାମାରୀ କରୋନା ରୋଗର ମୁକାବିଲା ପାଇଁ ଚାରିଆଡ଼େ ସଚେତନତା ସୃଷ୍ଟି କରାଯାଉଛି। ଏହି ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ସହର ଗୁଡିକୁ  ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ର ଦ୍ୱିତୀୟ ଦିନରେ ଆଜି  ସମ୍ବଲପୁର ସହର  ଖାଁ ଖାଁ ହୋଇପଡ଼ିଛି। ରବିବାର ଜନତା କର୍ଫ୍ୟୁ ଆହ୍ବାନ ପରେ ସୋମବାର ସହରର ବିଭିନ୍ନ ଅଞ୍ଚଳକୁ ଲକ୍‌ଡାଉନ୍‌ କରାଯାଇଛି। ଲୋକେ ସରକାରଙ୍କ ଏହି ନିର୍ଦ୍ଦେଶକୁ ବେଶ୍‌ ଭଲ ଭାବରେ ପାଳନ କରିଛନ୍ତି।ସହରର ବିଭିନ୍ନ ଛକରେ ପୋଲିସ ମୁତୟନ କରାଯାଇଛି l

ଅତ୍ୟାବଶ୍ୟକ ସାମଗ୍ରୀ କୁ ଛାଡି ସମସ୍ତ ଦୋକାନ ବଜାର ବନ୍ଦ ରହିଛି l ଫଳରେ ରେଳଷ୍ଟେଶନ, ବସ୍‌ଷ୍ଟାଣ୍ଡ୍‌, ମାର୍କେଟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଜନତା କର୍ଫ୍ୟୁ’ରେ ରବିବାର  ସମ୍ପୂର୍ଣ ଶୂନଶାନ୍‌ ଥିଲା ସମ୍ବଲପୁର ସହର l  ସମସ୍ତେ ଦିନସାରା ନିଜକୁ ଘରେ ଆବଦ୍ଧ କରି ରହିଥିଲେ l ସହରର  ଅଇଁଠାପାଲି ଛକ, ଲଷ୍ମୀ ଟକିଜ ଛକ, ଜ଼ିଲ୍ଲା ସ୍କୁଲ ଛକ, ଜେଲ ଛକ ତଥା  ବୀର ସୁରେନ୍ଦ୍ର ସାଏ ମାର୍ଗ  ଖାଁ ଖାଁ ଲାଗୁଥିଲା l  

Leave A Reply

Your email address will not be published.