ବିଜୁ ଜନତା ଦଳର ସମସ୍ତ ବିଧାୟକ, ସାଂସଦ ମାର୍ଚ୍ଚ ୨୯ ସୁଧା ତିନିମାସର ଦରମା ପ୍ରଦାନ କରନ୍ତୁ 

0 2

ବିଜୁ ଜନତା ଦଳର ସମସ୍ତ ବିଧାୟକ, ସାଂସଦ ମାର୍ଚ୍ଚ ୨୯ ସୁଧା ତିନିମାସର ଦରମା ପ୍ରଦାନ କରନ୍ତୁ  ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବୋଲି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଅନୁରୋଧ କରିଛନ୍ତି | ଶ୍ରୀ ଦାସବର୍ମା କହିଛନ୍ତି ଯେ ଏଭଳି ତିରୋଟ ସମୟରେ ଆମକୁ ସମସ୍ତଙ୍କୁ ସଂବେଦନଶୀଲ ହେବାର ଆବଶ୍ୟକତା ରହିଛି | କୋବିଦ-୧୯ ସମଗ୍ର  ବିଶ୍ୱ  ପାଇଁ ଗୋଟାଏ ବଡ ଆହ୍ବାନ ସୃଷ୍ଟି କରିଛି | ମାନବିକ କାର୍ଯ୍ୟ ଜାରି ରଖିବା ପାଇଁ ଏ ସମୟରେ ବିପୁଳ ଅର୍ଥର ଆବଶ୍ୟକତା ରହିଛି | ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ  କୋବିଦ-୧୯ ଫଣ୍ଡକୁ ନିଜର  ତିନିମାସର ଦରମା ଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି  | ପ୍ରଭାବିତ ଲୋକଙ୍କସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋବିଦ ୧୯ ପାଣ୍ଠିକୁ ଉଦାର ହୃଦୟରେ ଦାନ କରିବା ପାଇଁ ଶ୍ରୀ ଦାସବର୍ମା ଅନୁରୋଧ କରିଛନ୍ତି | 

 

Leave A Reply

Your email address will not be published.