ନିତେଶ ଗଙ୍ଗଦେବ ୧୪ ଦିନ ଯାଏଁ ସପରିବାର ହୋମ୍ ଆଇସୋଲେସନରେ

0 2

ସମ୍ବଲପୁର/(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଲୋକସଭା ସାଂସଦ  ନିତେଶ ଗଙ୍ଗଦେବ ଆଜିଠାରୁ ୧୪ ଦିନ ଯାଏଁ ସପରିବାର ସଙ୍ଗରୋଧ ବା ହୋମ୍ ଆଇସୋଲେସନରେ ରହିବେ ବୋଲି ଘୋଷଣା କରିଛନ୍ତି। ତାଙ୍କର ସାନ ପୁଅ କେମ୍ବ୍ରିଜ (ୟୁକେ)ରୁ ଫେରିଛନ୍ତି ଏବଂ ଭଗବାନଙ୍କ କୃପାରୁ ସେ ଭଲ ଅଛନ୍ତି। କିନ୍ତୁ ସମାଜର ହିତ ପାଇଁ ସେ ଏବଂ ତାଙ୍କର ପୂରା ପରିବାର ଦିଲ୍ଲୀ ସରକାରୀ ବାସଭବନରେ ସଙ୍ଗରୋଧରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି |

                 କରୋନା ସଂକ୍ରମଣ ସତର୍କତା ଲାଗି ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି l ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଜରିଆରେ ସମାଜକୁ ସଚେତନ କରିବାକୁ ସେ  ଚାହାଁନ୍ତି। ସୂଚନାଯୋଗ୍ୟ, ତାଙ୍କର ଧର୍ମପତ୍ନୀ ଏବଂ ଦୁଇ ପୁଅଙ୍କ ସହ ନିତେଶ ଗଙ୍ଗଦେବ  ସଙ୍ଗରୋଧରେ  ରହିବାର ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ସେ କୌଣସି ଲୋକଙ୍କୁ ସାକ୍ଷାତ କରିବେ ନାହିଁ l

Leave A Reply

Your email address will not be published.