ଜନତାଙ୍କ କର୍ଫ୍ୟୁ  ସମ୍ବଲପୁର ସହରରେ ଅଭୂତପୂର୍ବ ଭାବେ ସଫଳ

0 2

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : କୋରୋନା ମହାମାରୀକୁ ନେଇ ଜନତାଙ୍କ କର୍ଫ୍ୟୁ ନେଇ ସମସ୍ତ ସମ୍ବଲପୁର ସହରରେ ଅଭୂତପୂର୍ବ ସଫଳ । ଆଉ ଏହି କର୍ଫ୍ୟୁରେ ସାମିଲ ହୋଇଛନ୍ତି ସମଗ୍ର ସମ୍ବଲପୁର  ଜିଲ୍ଲାବାସୀ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ରକ୍ଷା କରି ସମ୍ବଲପୁର 

 ସହର ସମତେ ଜିଲ୍ଲାର ସମସ୍ତ ଏନଏସି, ପୌର ପରିଷଦ, 9ଟି ବ୍ଲକ,148 ଗ୍ରାମ ପଞ୍ଚାୟତ,  1247ଟି ଗ୍ରାମର 2.7 ଲକ୍ଷ ଲୋକେ ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଘରେ ରହି ଜନତା କର୍ଫ୍ୟକୁ ସମର୍ଥନ କରିଥିଲେ । ସେପଟେ ସମ୍ବଲପୁର  ସହରରେ ସମସ୍ତ ବ୍ୟବସାୟୀ ଅନୁଷ୍ଠାନ, ବସ ଚଳାଚଳ ବନ୍ଦ ହୋଇଥିବା ବେଳେ ଜରୁରୀ କାଳିନ ପାଇଁ ଔଷଧ ଦୋକାନ , ଡାକ୍ତରଖାନା ଖୋଲା ରହିଥିଲା । ଲୋକେ ନିଜ ପରିବାର ସହ ଘରେ ବସି କୋରୋନା ମହାମାରୀ ରୋଗକୁ ନେଇ ଟିଭି  ଦେଖିଥିଲେ ଆଉ କିଏ ଘରେ ଦେବାଦେବୀଙ୍କ ପୂଜା କରି ଦେଶର ମଙ୍ଗଳ କାମନା କରିଥିଲେ । ଛାତ୍ରଛାତ୍ରୀମାନେ ମଧ୍ୟ ଟିଉସନ ବନ୍ଦ କରି ଘରେ ପରିବାର ଲୋକଙ୍କ ସହ ଦିନ ବିତାଇ କର୍ଫ୍ୟୁରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.