କରୋନା ମୁକାବିଲା :୨୫୯୦ଟି ଘରୋଇ ସୁଲଭ ମୂଲ୍ୟ ଦୋକାନର ଲାଇସେନ୍ସ ୪ ମାସ ପାଇଁ ହେବ ନବୀକରଣ 

0

ଭୁବନେଶ୍ୱର(ଶାସକ ପ୍ରଶାସକ)  : କରୋନା(କୋଭିଡ୍-୧୯)କୁ ଦୃଷ୍ଟିରେ ରଖି  ହିତାଧିକାରୀମାନେ ଯେପରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ଖାଦ୍ୟଶସ୍ୟ ସୁବିଧାରେ ପାଇପାରିବେ  ସେଥି ନିମନ୍ତେ ୨୫୯୦ଟି ଘରୋଇ ସୁଲଭ ମୂଲ୍ୟ ଦୋକାନର ଅପ୍ରେଲରୁ ଜୁଲାଇ ମାସ ୨୦୨୦ ପର୍ଯ୍ୟନ୍ତ ଲାଇସେନ୍ସ ନବୀକରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତିା ଏହି ଖୁଚୁରା ଦୋକାନୀ(ରିଟେଲr)ମାନଙ୍କର ଲାଇସେନ୍ସ ନବୀକରଣ ୪ ମାସ ନିମନ୍ତେ କରାଯାଇଛିା ଆଜି ଏହି ମର୍ମରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତିା

ଲାଇସେନ୍ସ ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କୁ ଏ ମର୍ମରେ ନିର୍ଦ୍ଦେଶ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି, ଯେପରି ସେମାନେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କର ଉକ୍ତ ଖୁଚୁରା ଦୋକାନିମାନଙ୍କୁ ଲାଇସେନ୍ସ ପ୍ରଦାନ କରିବୋ

Leave A Reply

Your email address will not be published.