ବଡ଼ବିଲ (ଶାସକ ପ୍ରଶାସକ) ଆଜି ବଡ଼ବିଲ ପୋଲିସ ଦୁଇ ଜଣ ବାଇକ ଲୁଟେରାଙ୍କୁ ଗିରଫ କରିବା ସହ ବାଇକ ଜବତ କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ଗତ ମାର୍ଚ୍ଚ ୪ ତାରିଖରେ ଠାକୁରାଣୀ ଅଞ୍ଚଳର ଅର୍ଜୁନ ମହାନ୍ତ ତାଙ୍କ ବାଇକ ଲୁଟ ହୋଇଥିବା ଥାନାରେ ଅଭିଯୋଗ କରିଥିଲେ। ମାର୍ଚ୍ଚ ୪ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଠାକୁରାଣୀ ଛକରେ ଦୁଇ ଜଣ ଦୁର୍ବୁତ୍ତ ତାଙ୍କୁ ମାଡ଼ ମାରି ତାଙ୍କର ଓଡ଼ି୦୯ସି ୦୩୭୨ ନଂ ବିଶିଷ୍ଟ ବାଇକକୁ ଛଡାଇ ନେଇଥିଲେ। ଘଟଣାର ତଦନ୍ତ କରି ପୋଲିସ ଠାକୁରାଣୀ ଅଞ୍ଚଳର ସନା କାରୁଆ ଘରୁ ଲୁଟ ବାଇକକୁ ଜବତ କରିବା ସହ ଦୁଇ ଅଭିଯୁକ୍ତ ସନା କାରୁଆ ଓ ତାର ସହଯୋଗୀ ଏମଡି ସଫିକୁ ଗିରଫ କରି କୋର୍ଟକୁ ଫରୱାର୍ଡ କରିଥିବା ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.