ସରକାରୀ ଓ ବେସରକାରୀ ସ୍ତରରେ କରୋନା ସଚେତନତା କାର୍ଯ୍ୟକ୍ରମ

0 2

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ, କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଶଙ୍କୁରୁ ପଞ୍ଚାୟତର କାନକୁଟୁରୁ ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସରପଞ୍ଚ ସୁମିତ୍ରା ନାୟକ, ମାଣିତରା ସ୍ୱାସ୍ଥ୍ୟ କେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ ବିଷ୍ଣୁପ୍ରିୟା ପଣ୍ଡା ଓ କାନକୁଟୁରୁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଯାଞ୍ଜସେନୀ ନାୟକ କରୋନା ସଂକ୍ରମଣରୁ କିପରି ରକ୍ଷା ପାଇ ପାରିବା ତାହା ପ୍ରାଞ୍ଜଳ ଭାବେ ଉପସ୍ଥିତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ୱାର୍ଡ ସଭ୍ୟ ସଭ୍ୟାଙ୍କୁ ବୁଝାଇଥିଲେ। ସେହିପରି ବୁଗୁଡା ବ୍ଲକ, ବିରଞ୍ଚିପୁର ପଞ୍ଚାୟତର ବି ବ୍ରହ୍ମପୁର ଗ୍ରାମ ଅନ୍ତର୍ଗତ କଦମ୍ବ ମଠରେ ବେସରକାରୀ ସ୍ଥରରେ ମଧ୍ୟ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସ୍ଥିତିଦ୍ଧି ରଥ,ଶମ୍ଭୁନାଥ ନାୟକ, ନୃସିଂହ ଚରଣ ଦାଶ ପ୍ରମୁଖ ଉପସ୍ଥିତ ଜନସାଧାରଣଙ୍କୁ କେଉଁ ସବୁ ପଦକ୍ଷେପ ଗ୍ରହଣ କଲେ କରୋନା ସଂକ୍ରମଣରୁ ରକ୍ଷା ମିଳିପାରିବ ବୁଝାଇଥିଲେ।

Leave A Reply

Your email address will not be published.