କୁସୁମବାହାଲି ପ୍ରାଥମିକ ବିଦ୍ୟାଳୟ ବନ୍ଦ ପ୍ରତିବାଦରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

0 2

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ଅନ୍ତର୍ଗତ ଗରଗଡବାହାଳ ଗ୍ରାମପଂଚାୟତର କୁସୁମବାହାଲି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ। ଗ୍ରାମର ଲୋକମାନେ ବହୁବର୍ଷ ତଳେ ବହୁ ଉଦ୍ୟମ କରି ଏହି ବିଦ୍ୟାଳୟଟି ସ୍ଥାପନ କରିଥିଲେ। ବର୍ତ୍ତମାନ ସରକାରଙ୍କ ନୂଆ ଶିକ୍ଷା ନୀତି ଯୋଗୁଁ ବିଦ୍ୟାଳୟଟି ସବୁଦିନପାଇଁ ବନ୍ଦ ହେବାକୁ ଯାଉଛି। ସରକାରଙ୍କ ନିୟମ ଅନୁଯାୟୀ ବିଦ୍ୟାଳୟରେ ୨୦ ରୁ କମ୍ ପିଲା ପାଠ ପଢୁଛନ୍ତି।

ସରକାରଙ୍କ ନୀତିନିୟମକୁ ଗ୍ରାମବାସୀ ବିରୋଧ କରୁନାହାନ୍ତି କିନ୍ତୁ ଭୌଗୋଳିକ ଦୃଷ୍ଟିକୋଣରୁ ଏହା ଘଂଚ ଜଙ୍ଗଲ ମଧ୍ୟରେ ରହିଛି। ଗ୍ରାମକୁ ଚାରିପଟେ ଜଙ୍ଗଲ ଘେରି ରହିଛି। ସେଠାରେ ହାତୀମାନଙ୍କର ପ୍ରାଦୁର୍ଭାବ ବଢିଚାଲିଛି। ଲୋକମାନେ ଦିନରେ ଗାଁରେ ରହିବାକୁ ଭୟ କରୁଥିବା ବେଳେ ସରକାର ଏଥିପ୍ରତି ଧ୍ୟାନ ନ ଦେଇ ବିଦ୍ୟାଳୟଟି ବନ୍ଦ କରିଦେବାକୁ ବସିଥିବାରୁ ଗ୍ରାମବାସୀ ବିଦ୍ୟାଳୟ ବନ୍ଦ ନ କରିବାକୁ ଜିଲ୍ଲାପାଳଙ୍କୁ ଲିଖିତାକାରରେ ଜଣାଇଛନ୍ତି। ରେଢାଖୋଲ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି।

ଗାଁ ଠାରୁ ଗରଗଡବାହାଳର ଦୂରତ୍ୱ ୬ କିମି ହେବ। ଏପରିକି ପିଲାମାନଙ୍କୁ ରାସ୍ତାରେ ଛାଡିବା ନିରାପଦ ନୁହଁ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ବିଦ୍ୟାଳୟରେ ୨୦ ଜଣ ପିଲା ନାମ ଲେଖାଇବେ କାହିଁକି ନା ଅଙ୍ଗନଓାଡିରେ ଯେଉଁମାନେ ପାଠ ପଢୁଛନ୍ତି ଚଳିତ ବର୍ଷ ସେମାନେ ପ୍ରଥମ ଶ୍ରେଣୀକୁ ଯିବେ।

 ସରକାର ଏହାର କୌଣସି ଅନୁସନ୍ଧାନ ନ କରି ହଠାତ୍ ବନ୍ଦ କରିଦେବା ଠିକ୍ ନୁହଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗ୍ରାମବାସୀ ଏହାର ଏକକିତା ନକଲ ଶିକ୍ଷାଅଧିକାରୀ (ସମ୍ବଲପୁର), ବ୍ଲକ୍ ଶିକ୍ଷାଅଧିକାରୀ ରେଢାଖୋଲଙ୍କୁ ମଧ୍ୟ ଲିଖିତାକାରରେ ଜଣାଇଛନ୍ତି। ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶିବରାମ ସାହୁଙ୍କ ନେତୃତ୍ୱରେ ଗୋବର୍ଦ୍ଧନ ଦେହୁରୀ, ବାସୁଦେବ ଦେହୁରୀ, ଭବାନୀ ପ୍ରଧାନ ପ୍ରମୁଖ ଆଜି ଦାବୀ ପତ୍ର ପ୍ରଦାନରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.