ଆଉ ୧୧ ଦିନ ପଡିବ ପୂର୍ଣ୍ଣଛେଦ, ଫେରି ଆସିବ ସବୁ ଟଙ୍କା
ମାର୍ଚ ୩୦ରେ ସୁଧ ସହ ଅବଶିଷ୍ଟ ମୂଳ ୧୫୬ କୋଟି ଫେରିବା ନିଶ୍ଚିତ
ଭୁବନେଶ୍ୱର(ଶାସକ ପ୍ରଶାସକ) ଟଣାଓଟରା ବାଦ ବିବାଦ ଆଉ ଅନିଶ୍ଚିତତା ଭିତର ଦେଇ ଗତି କରୁଥିବା ୟେଶ ବ୍ୟାଙ୍କ ପ୍ରସଙ୍ଗ ଉପରୁ ବିସ୍ମୟ ଚିହ୍ନ ହଟି ଗତ ତିନିଦିନ ତଳେ କମା ଚିହ୍ନ ଲାଗିଥିବା ବେଳେ ଆଜି ସେଥିରେ ଆଉ ଗୋଟିଏ ଧାଡି ଯୋଡି ହୋଇଯାଇଛି | ୟେଶ ବ୍ୟାଙ୍କରେ ଜମାଥିବା ଜଗନ୍ନାଥଙ୍କ ଜମା ରାଶି ମଧ୍ୟରୁ ମୂଳ-ସୁଦ୍ଧା ବାବଦକୁ ୩୯୭,୨୩, ୨୭, ୬୩୬ ଟଙ୍କା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦ୍ୱାରା ଜାରି ପୂର୍ବ ଚିଠିରେ ଉଲ୍ଲିଖିତ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ୧୦୯୧୩୧୧୧୩୮୨ରେ ଇ ଟ୍ରାନ୍ସଫର ମାଧ୍ୟମରେ ପରନାଦ କରିଦିଆଯାଇଛି | ଏ ବିଷୟ ୟେଶ ବ୍ୟାଙ୍କର ଭାଇସ ପ୍ରେସିଡେଣ୍ଟ ଜୟଦେବ ଦାସ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଡ଼ କ୍ରିଷନ କୁମାରଙ୍କୁ ପଠାଇଥିବା ଚିଠିରେ ଉଲ୍ଲେଖ ରହିଛି |
ସେ ଲେଖିଛନ୍ତି ଯେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କୁମାର ୟେଶ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ତାଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୪୬୩/୧୧-୨୬/ ୨୦/ତା ୧୮ .୦୩.୨୦ ରେ ଶ୍ରୀମନ୍ଦିର ଜମାରାଶି ଶ୍ରୀମନ୍ଦିର କର୍ପସ ଫଣ୍ଡର ଏସବିଆଇ ଆକାଉଣ୍ଟକୁ ଟ୍ରାନ୍ସଫର କରିବା ପାଇଁ ପରାମର୍ଶ ଦେଇଥିଲେ | ଆଉ ସେ ପତ୍ର ଆଧାରରେ ମୂଳ ୩୮୯ କୋଟି ଓ ତ୍ରିୟମାସିକ ପୁରା ସୁଧ ବାବଦକୁ ୮,୨୩, ୨୭,୬୩୬ ଟଙ୍କା , ଏପରି ମୋଟ ୩୯୭,୨୩, ୨୭, ୬୩୬ ଟଙ୍କା ଉଲ୍ଲିଖିତ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ୧୦୯୧୩୧୧୧୩୮୨ରେ ଜମା କରିଦିଆଯାଇଛି | ହେଲେ ଏବେ ବି ଦୁଇଟି ଫିକ୍ସ ଡିପୋଜିଟ ୧୫୬ କୋଟି ଟଙ୍କାର ରହିଛି, ଯାହାକି ଏବେ “ନୋ ପ୍ରିମାଟ ଅପ୍ସନ”ରେ ରହିଛି, ଜମା ଟର୍ମ ପୁରଣ ହୋଇନଥିବା ଯୋଗୁ | ବର୍ତ୍ତମାନ ୟେଶ ବ୍ୟାଙ୍କ ନିୟାମକ ମାନଙ୍କ ପରିବର୍ଦ୍ଧିତ ନିୟମ ଅନୁଯାୟୀ ଏହା କରାଯାଇଛି | ହେଲେ ଏହି ଜମାର ଟର୍ମ ପୁରା ହେନା ମାତ୍ରେ ମାର୍ଚ୍ଚ ୩୦ ତାରିଖ,୨୦୨୦ରେ ୧୫୬ କୋଟି ଟଙ୍କା ଓ ତାର ସୁଧ ବାବଦକୁ ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ଫେରାଇ ଦିଆଯିବ ବୋଲି ୟେଶ ବ୍ୟାଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସକ ଡ଼ କୁମାରଙ୍କୁ ପ୍ରେରିତ ପତ୍ରରେ ଉଲ୍ଲେଖ ରହିଛି |
ଆଉ ୧୧ ଦିନ ପଡିବ ପୂର୍ଣ୍ଣଛେଦ, ଫେରି ଆସିବ ସବୁ ଟଙ୍କା