ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ଜ଼ିଲ୍ଲା ଯୁଯୋମୁରା ବ୍ଲକ ଡକରା ଗ୍ରାମର 20ଟି ପରିବାର 1983-84 ମସିହାରେ ସରକାରଙ୍କ ଠାରୁ ଜମି, ସିଲିଂ ଆକାରରେ ପାଇଥିଲେ l ମାତ୍ର, ଏବେ ମାନେଶ୍ଵର ତହସିଲଦାର ଉକ୍ତ ଜମିରେ କଲ୍ୟାଣ ମଣ୍ଡପ, ପାର୍କ, ସରକାରୀ କର୍ମଚାରୀଙ୍କ ପାଇଁ କ୍ବାର୍ଟର ଆଦି ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି l ଜମି ପଟ୍ଟା ପାଇବା ଦିନରୁ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଏହି ବ୍ୟକ୍ତିମାନେ ସୋମବାର ଜ଼ିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇବା ସହ ନ୍ୟାୟ ଭିକ୍ଷା କରିଛନ୍ତି l ଏହି ଗରିବ ପରିବାରମାନଂକୁ ସରକାର ଦେଇଥିବା ସିଲିଂ ଜମି ପୁଣି ଛଡାଇ ନେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ତୁରନ୍ତ ନିର୍ମାଣ ଅନୁମତି ବାତିଲ କରିବାକୁ ସେମାନେ ଦାବୀ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.