“ମନଇଛା ସ୍କୁଲ ବନ୍ଦ କରିଦେଉଛ, ଆମ ପିଲା ହଇରାଣ ହେବେ “

0

 ଅଧ କିଲୋମିଟର ଦୂରତ୍ୱ  କୁଠେଲ ଠାରୁ ମହୁଲପାଲି ରାସ୍ତା  ନିର୍ମାଣ କରାଗଲେ  ଅଧିକ ପିଲା ଆସିବେ 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା ମାନେଶ୍ଵର ବ୍ଲକ ଅନ୍ତର୍ଗତ କୁଠେଲ  ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ର କମ ଥିବା ଦର୍ଶାଇ ଉକ୍ତ ସ୍କୁଲକୁ ବନ୍ଦ କରିଦେବା ସହ ତବଲା ବିଦ୍ୟାଳୟରେ ମିଶ୍ରଣ ପାଇଁ  ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ସ୍କୁଲକୁ ବନ୍ଦ କରାଗଲେ ସେମାନଙ୍କ ପିଲାଛୁଆ ପାଠପଢ଼ାରୁ ବଞ୍ଚିତ ହେବେ ବୋଲି ଗ୍ରାମବାସୀ କହିଛନ୍ତି। ଫଳରେ ଉକ୍ତ ସ୍କୁଲକୁ ବନ୍ଦ ନ କରିବା ପାଇଁ ଗ୍ରାମବାସୀ ନିବେଦନ କରି ଆଜି ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। ଆଜି  ଜିଲାପାଳ ଶୁଭମ ସାକ୍ସସେନା କୋରାନା  ସମୀକ୍ଷା ବୈଠକରେ ଥିବା ଫଳରେ ଜିଲାପାଳ ଅଫିସର ଡାକ ସେକ୍ସନରେ ସେମାନେ ସ୍ମାରକପତ୍ର ପ୍ରଦାନ କରିଥିଲେ। 1972 ମସିହାରେ ନିର୍ମିତ ଏହି ସ୍କୁଲରେ  ବର୍ତ୍ତମାନ 30 ଜଣ ଛାତ୍ରୀଛାତ୍ର ଥିବାବେଳେ ଯଦି ଅଧ କିଲୋମିଟର ଦୂରତ୍ୱ  କୁଠେଲ ଠାରୁ ମହୁଲପାଲି ରାସ୍ତା  ନିର୍ମାଣ କରାଗଲେ ଆସନ୍ତା ଶିକ୍ଷାବର୍ଷରୁ ଆହୁରି ଅଧିକ ଛାତ୍ରୀଛାତ୍ର ହେବେ ବୋଲି ଗ୍ରାମବାସୀ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.