ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ଢ଼ାବା ମ୍ୟାନେଜର ଗିରଫ

0

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ଲଖମରା ରୁ ସରେଇପାଲି ଯାଇଥିବା ରାସ୍ତା ରେ ଦେବଦରହା ନିକଟରେ ଥିବା ଦେବଦରହା ଢ଼ାବା ରେ ଆଜି ଜଗଡଲପୁର ପୋଲିସର ଅତର୍କିତ ଚଢ଼ାଉ ଫଳରେ ଉକ୍ତ ଢ଼ାବା ରୁ ପୋଲିସ କୁ ବିପୁଳ ପରିମାଣରେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ବୋତଲ ମିଳିଥିଲା । ମିଳିଥିବା ସୂଚନା ଅନୁସାରେ ଏହି ଢ଼ାବାରୁ ପୋଲିସ 254 ବୋତଲ ବିଦେଶୀ ମଦ ଜବତ କରି ଢ଼ାବାର ମେନେଜର ଚନ୍ଦ୍ରଭାନୁ ମିରଧା କୁ ଗିରଫ କରିଛି । ବେଆଇନ ମଦ କାରବାର କରୁଥିବାରୁ ଚନ୍ଦ୍ରଭାନୁ ଉପରେ ଜଗଦଲପୁର ପୋଲିସ କେଶ ନମ୍ବର 31/20 ରୁଜୁ କରି ASI କେତନ ଧାରୁଆ ଙ୍କୁ ପରବର୍ତ୍ତୀ ତଦନ୍ତର ଦାଇତ୍ୱ ପ୍ରଦାନ କରଥିବା ଥାନା ଅଧିକାରୀ ଶ୍ରୀମତୀ ଲିଲିମା ଲଳିତା ବାର୍ଳା ଜଣାଇଛନ୍ତି ।

Leave A Reply

Your email address will not be published.