ଦ୍ବିତୀୟ ବିବାହ ମହଙ୍ଗା ପଡ଼ିଲା : ଜେଲରେ ଥିଲେ , ଏବେ ସରପଞ୍ଚ ପଦବୀ ଗଲା

0

ବୌଦ୍ଧ(ଶାସକ ପ୍ରଶାସକ) :  ମୁଣ୍ଡି ପଦର ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁଙ୍କୁ ନିଲମ୍ବନ  କଲେ ରାଜ୍ୟ ସରକାର। ପ୍ରଥମ ପତ୍ନୀ ଥିବା ସ୍ୱତେ ଦ୍ୱିତୀୟ ବିବାହ ଅଭିଯୋଗରେ 30,12,2019 ମସିହାରେ ଅନ୍ତର୍ଯ୍ୟାମୀଙ୍କୁ କମିଶନରେଟ ପୋଲିସ ଗିରଫ କରିଥିଲା। ଏବେ ସେ ଝାରପଡା ଜେଲରେ ରହିଛନ୍ତି। ତେବେ ଏନେଇ ରାଜ୍ୟସରକାର ବୌଦ୍ଧ ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ମାଗିଥିଲେ । ବୌଦ୍ଧ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଅନ୍ତର୍ଯ୍ୟାମୀଙ୍କ ବିରୋଧରେ ସମସ୍ତ ରିପୋର୍ଟ ପ୍ରଦାନ କରିଛନ୍ତି । ଯାହାକୁ ଆଧାର କରି ରାଜ୍ୟ ସରକାର ଅନ୍ତର୍ଯ୍ୟାମୀଙ୍କୁ ମୁଣ୍ଡିପଦର ସରପଞ୍ଚ ପଦବୀରୁ ନୀଳମ୍ବନ କରିଛନ୍ତି। ସରପଞ୍ଚ ହେବା ପୂର୍ବରୁ ଅନ୍ତର୍ଯ୍ୟାମୀ ନିଜ ଗାଁରେ ଏକ ଆଶ୍ରମ କରିଥିଲେ । ଏହି ସମୟରେ ଚିକିତ୍ସା ପାଇଁ ଆସିଥିବା ଜଣେ ଯୁବତୀଙ୍କ ସହ ତାଙ୍କ ନିବିଡ଼ତା ବଢିଥିଲା। ଉଭୟେ ମନ୍ଦିରରେ ବାହା ମଧ୍ୟ ହୋଇଥିଲେ। ସରପଞ୍ଚ ହେବା ପରେ ସ୍ଥାନୀୟ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଦ୍ଵିତୀୟ ବିବାହ କରିଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ କୁ ଭିତ୍ତି କରି ତାଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.