ପାଣ୍ଡେରୀପଡା ସମବାୟ ସମ୍ପାଦକ ନିଲମ୍ବିତ 

0

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଧାନକିଣାବିକାର ଅନିୟମିତତା ଯୋଗୁଁ ପାଣ୍ଡେରିପଡା ପ୍ରାଥମିକ କୃଷି ସମବାୟ ସମିତିର ପୁର୍ବତନ ସମ୍ପାଦକ ପ୍ରଫୁଲ୍ଲ କୁମାର ସ୍ୱାଇଁ ନିଲମ୍ବିତ ହୋଇଛନ୍ତି । କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସମବାୟ ବ୍ୟାଙ୍କ୍ ସମ୍ପାଦକ ସୁଶାନ୍ତ କୁମାର ଖମାରୀ ତାଙ୍କୁ ସସ୍ପେଣ୍ଡ କରିବା ଯୋଗୁଁ କେନ୍ଦ୍ର ସମବାୟ ବ୍ୟାଙ୍କ ଓଡ଼ଗାଁ ଶାଖା ପରିଚାଳକ ପଦବୀ ସହିତ ଓଡ଼ଗାଁ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଦାୟିତ୍ୱ ମଧ୍ୟ ତାଙ୍କ ଠାରୁ କାଢି ନିଆଯାଇଛି । ସାଧାରଣ ଲୋକଙ୍କ ନାମରେ ବ୍ୟାଙ୍କରେ ଖାତାଖୋଲି ଖାତାଧାରୀଙ୍କ ଅଜାଣତରେ ୪/୫ଲକ୍ଷ ଟଙ୍କାର ଜମା ଉଠାଣ କରିବା ସହିତ, ପାହାଡିଆ ପତିତ ଆମ୍ବ ତୋଟାକୁ ଜମିଭାବେ ଦର୍ଶାଇ ସେଠାରୁ ଅମଳ ଧାନକୁ  ବିକ୍ରି କରିବା ନେଇ ପ୍ରଫୁଲ୍ଲଙ୍କ ନାମରେ ଏକାଧିକ ଅଭିଯୋଗ ହୋଇଥିଲା । ଆଜି ରାଜ୍ୟ ବିଜେପି କୃଷକ ମୋର୍ଚାର ସାଧାରଣ ସଂପାଦକ ସୁରଥ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ପାଣ୍ଡେରୀପଡା ସମବାୟ ସମିତିରେ ପହଁଚିବା ବେଳକୁ ସମବାୟ ସମିତି ବନ୍ଦଥିବା ଦେଖିବାକୁ ମିଳିଥିବା ବେଳେ ପ୍ରତିନିଧି ମଣ୍ଡଳୀ ଅଭିଯୋଗ କାରୀମାନଙ୍କୁ ଭେଟି ଏହାର ଉଚିତ୍ ତଦନ୍ତ କରାଯିବ ବୋଲି ପ୍ରତିଶୃୃତି ଦେଇଥିଲେ । 

Leave A Reply

Your email address will not be published.