ବିଦ୍ୟୁତ  କର୍ମଚାରୀ ଓ ଉପଭୋକ୍ତା  ହାତାହାତି : ମାମଲା ଥାନାରେ

0

 ବିଦ୍ୟୁତ  କର୍ମଚାରୀଙ୍କ ମାଡ଼ରେ ଉପଭୋକ୍ତା ଆହତ: ଥାନାରେ ଉଭୟ ପଟରୁ ଲିଖିତ ଅଭିଯୋଗ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ବିଦ୍ୟୁତ ବିଭାଗର ହିଟଲାରୀ ଶାସନରେ ଉପଭୋକ୍ତା  ତ୍ରାହିତ୍ରାହି ଡ଼ାକ ଛାଡ଼ିଲେଣି । କେତେବେଳେ ବିଦ୍ୟୁତ ସଂଯୋଗ ହୋଇନଥିବା ବ୍ୟକ୍ତିଙ୍କୁ ବିଦ୍ୟୁତ ବିଲ ଲଗାଯାଉଥିବା ଅଭିଯୋଗ ଆସିଲାଣି, ପୁଣି କେତେବେଳେ ହଜାର ହଜାର ଟଙ୍କାର ବିଲ ଲଗାଗଲାଣି । ସେହିପରି ବିଭିନ୍ନ ସମୟରେ ଅଘୋଷିତ ଭାବେ ଘଣ୍ଟା ଘଣ୍ଟା ବିଦ୍ୟୁତ  କାଟ ଜାରି ରହୁଛି ଓ ଉପଭୁକ୍ତାମାନଙ୍କୁ ପ୍ରତ୍ୟେକ ମାସରେ ବିଦ୍ୟୁତ  ବିଲ ପ୍ରଦାନ କରାନଯାଇ ୩/୪ ମାସରେ ବିଦ୍ୟୁତ  ବିଲ ଲଗାଯାଉ ଥିବାର ଅଭିଯୋଗ ଆସୁଛି । ବିଭାଗର ଏହି ପ୍ରକାରର ସ୍ୱେଚ୍ଛାଚାରୀ ମନୋଭାବ କାରଣରୁ ଉପଭୋକ୍ତାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଥିବା ସମୟରେ ବର୍ତ୍ତମାନ ବକେୟା ବିଦ୍ୟୁତ  ଶୁଳ୍କ ଆଦାୟ ନାମରେ ଉପଭୋକ୍ତା ମାନଙ୍କର ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରାଯାଯାଉଛି । ଜିଲ୍ଲାରେ ବିଦ୍ୟୁତ  ବିଭାଗର ଏହି ପ୍ରକାରର କାର୍ଯ୍ୟ ଜାରି ରହିଥିବା ସମୟରେ ମାର୍ଚ୍ଚ ୧୨ ଗୁରୁବାର ଉଦଳା ଥାନା ଅଞ୍ଚଳରେ ବିଦ୍ୟୁତ  ସଂଯୋଗ ବିଚ୍ଛିନ୍ନକୁ ନେଇ ବିବାଦ ଦେଖା ଦେଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଉଦଳା ଥାନା ଅନ୍ତର୍ଗତ ତଥା ଉଦଳା ନେସ୍କୋ ଅଧୀନରେ ଥିବା କୁଟୁଲିଂ ଗ୍ରାମରେ ରହିଥିବା ବିଦ୍ୟୁତ  ଉପଭୋକ୍ତା ମାନଙ୍କର ବିଦ୍ୟୁତ ବିଲ ବକେୟା ରହିଥିବା କାରଣରୁ ଗ୍ରାମରେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ପହଁଞ୍ଚି ଉପଭୋକ୍ତା ମାନଙ୍କର ବିଦ୍ୟୁତ  ସଂଯୋଗ ବିଚ୍ଛିନ୍ନ କରାଇଥିଲେ । ଏହାପରେ କେତେକ  ଉପଭୋକ୍ତାମାନେ ସ୍ଥାନୀୟ ନେସ୍କୋ କାର୍ଯ୍ୟାଳୟରେ ପହଁଞ୍ଚି ବକେୟା ବିଦ୍ୟୁତ  ବିଲ ପୈଠ କରିବା ସଂଗେସଂଗେ ବିଦ୍ୟୁତ ସଂଯୋଗ କରାଯିବାର କାରଣ ସମ୍ପର୍କରେ ବିଭାଗୀୟ କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ । ଏହାକୁ ନେଇ ଯୁକ୍ତିତର୍କ ସହ  ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଥା କଟାକଟି ଓ ହାତାହାତି । ଉଦଳା ଥାନାରେ ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରରେ ହାତାହାତି ସମୟରେ ବିଦ୍ୟୁତ  ବିଭାଗର ଜେଇ ତାପସ କୁମାର ସାହୁଙ୍କ ସହିତ ଅନ୍ୟ ଦୁଇ ଜଣ ବିଭାଗୀୟ କର୍ମଚାରୀ ଉପଭୁକ୍ତାଙ୍କ ମାଡ଼ରେ ଆହତ ହୋଇଥିବାର ଦର୍ଶାଯାଇଥିବା ସମୟରେ ଜେଇ ତାପସ କୁମାର ସାହୁ ଓ ଅନ୍ୟ ବିଦ୍ୟୁତ କର୍ମଚାରୀମାନଙ୍କ ମିଳିତ ଆକ୍ରମଣରେ ଉପଭୋକ୍ତା  ଚନ୍ଦନ ବିଶ୍ୱାଳ ଗୁରୁତ୍ତର ଭାବେ ଆହତ ହୋଇଛନ୍ତି । ଚନ୍ଦନ ବିଶ୍ୱାଳଙ୍କ ହାତ, ମୁଣ୍ଡ, ମୁଖମଣ୍ଡଳରେ ଆଘାତ ଲାଗିଛି ଓ ଆଖିରେ ମାଡ଼ ବାଜିଥିବାରୁ ଫୁଲି ଯାଇଛି । ଥାନା ଅଧିକାରୀ ଉଭୟ ପକ୍ଷର ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଜାରି ରଖିଛନ୍ତି । ତେବେ ଚନ୍ଦନ ବିଶ୍ୱାଳଙ୍କ କହିବା ଅନୁସାରେ ପ୍ରତ୍ୟେକ ମାସରେ ବିଲ ନ ଦେଇ ୩ ମାସ ବ୍ୟବଧାନରେ  ବିଲ ଲଗାଯାଉଥିବାରୁ ଏକକାଳୀନ ବିଦ୍ୟୁତ ବିଲ ପୈଠ କରିବା ସମ୍ଭବ ପର ହେଉ ନାହିଁ । ଫଳରେ ବିଲ ବକେୟା ରହିଆସୁଛି । ମାତ୍ର ବକେୟା ବିଦ୍ୟୁତ  ଶୁଳ୍କ କିସ୍ତି ସୂତ୍ରରେ ଆଦାୟ କରାନଯାଇ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବାର ଆଇନଗତ ଦିଗ ଉପରେ ପ୍ରଶ୍ନ କରିବାରୁ ସେଥିରେ ଉତକ୍ଷିପ୍ତ ହୋଇ ଜେଇ ତାପସ କୁମାର ସାହୁ ଓ ଅନ୍ୟ ବିଭାଗୀୟ କର୍ମଚାରୀମାନେ ତାଙ୍କୁ ମିଳିତ ଭାବେ ଆକ୍ରମଣ କରିଥିଲେ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.