ସରକାର କହିଲେ : ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ ୟେସ ବ୍ୟାଙ୍କକୁ ଚୟନ କରାଯାଇଥିଲା

0

ଅଧିକ ସୁଧ ଆଶାରେ ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିରର ଅର୍ଥ ଜମା କରାଯାଇଥିଲା

ଭୁବନେଶ୍ବର: ଅଧିକ ସୁଧ ଆଶାରେ ୟେସ୍ ବ୍ୟାଙ୍କରେ ଟଙ୍କା ଜମା କରାଯାଇଥିଲା । ଶ୍ରୀମନ୍ଦିରର ଅର୍ଥ ରଖିବାକୁ ୧୨ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ । ତେବେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଏକ ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ ୟେସ ବ୍ୟାଙ୍କକୁ ଚୟନ କରାଯାଇଥିଲା ବୋଲି ଆଜି ବିଧାନସଭାରେ ୟେସ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା ରଖିବାର କାରଣ ଉପରେ ସ୍ପଷ୍ଟୀକରଣ ଦେଇ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ |

ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ  ୟେସ୍ ବ୍ୟାଙ୍କ ସର୍ବାଧିକ ୮.୬୧ ପ୍ରତିଶତ ସୁଧ ଦେବାକୁ ରାଜି ହୋଇଥିବା ଯୋଗୁ  ୟେସ୍ ବ୍ୟାଙ୍କର ସୁଧ ହାର ଅଧିକ ଥିବା ପରିପ୍ରେକ୍ଷୀରେ  ଶ୍ରୀଜଗନ୍ନାଥଙ୍କ ଅର୍ଥ ଏହି ବ୍ୟାଙ୍କରେ ଗୋଟିଏ ବର୍ଷ ପାଇଁ ଜମା କରାଯାଇଥିଲା । ତେବେ ୨୦୨୦ ମସିହା ମାର୍ଚ୍ଚ ୫ ତାରିଖ ପୂର୍ବରୁ ୟେସ୍ ବ୍ୟାଙ୍କ୍ ସହ କାରବାର ନ କରିବାକୁ କୌଣସି ସୂଚନା ନ ଥିଲା । ଏହାଛଡ଼ା ଜଗନ୍ନାଥ ମନ୍ଦିରର ଅର୍ଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ପରିଚାଳିତ ହୋଇଥାଏ । ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତି ନାହିଁ । ଏବେ ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କର ୫୪୫ କୋଟି ଜମା ରହିଛି । ଏହି ଟଙ୍କାକୁ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଟ୍ରାନ୍ସଫର୍ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରିଜର୍ଭ ବ୍ୟାଙ୍କର ରିଜିଓନାଲ ଡିରେକ୍ଟରଙ୍କୁ ଅନୁରୋଧ କରାଯାଇଛି । ଏହି ମର୍ମରେ  ଗତ ୭ ତାରିଖରେ  ନିଜେ ଅର୍ଥମନ୍ତ୍ରୀ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ୟେସ୍ ବ୍ୟାଙ୍କରୁ ଅନ୍ୟ ଜାତୀୟକରଣ ବ୍ୟାଙ୍କକୁ ଜମା ରାଶି ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲେ  । 

Leave A Reply

Your email address will not be published.