ନିର୍ମଳାଙ୍କୁ ପୁଣି ଭେଟିଲେ ବିଜେଡି ସାଂସଦ 

0

୧୧୪ଟି ପୌରାଞ୍ଚଳ ପାଇଁ ଆବଂଟିତ ୭୦୦କୋଟି ଟଙ୍କାର ଅନୁଦାନ ତୁରନ୍ତ ପ୍ରଦାନ ଦାବି 

ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟ୍ରଷ୍ଟର ଫିକ୍ସ ଡିପୋଜିଟର ନିରାପତ୍ତା ନିଶ୍ଚିତ କରିବା ସମ୍ପର୍କରେ ବି ପ୍ରତିଶ୍ରୃତି 

ନୂଆଦିଲ୍ଲୀ/ଶାସକ ପ୍ରଶାସକ:  ଗତକାଲି ୟେସ-ଶ୍ରୀମନ୍ଦିର ଟଙ୍କା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବିଜେଡି ସଂସଦୀୟ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରି ଦାବିପତ୍ର ଦେଇଥିବା ବେଳେ ଆଜି ବି ଭେଟିଛନ୍ତି ଆଉ ଏକ ପ୍ରସଙ୍ଗରେ | ଗତ ୪ବର୍ଷ ହେଲା ବାକିଆ ଥିବା ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ଦ୍ୱାରା  ଓଡ଼ିଶାର ୧୧୪ଟି ପୌରାଞ୍ଚଳ ପାଇଁ ଆବଂଟିତ ୭୦୦କୋଟି ଟଙ୍କାର ବେସିକ ଆଣ୍ଡ ପରଫରମାନ୍ସ ଗ୍ରାଣ୍ଟ ତୁରନ୍ତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଭେଟି ବିଜେଡି ସାଂସଦ ମାନେ ଦାବି କରିଛନ୍ତି | ଶ୍ରୀମତୀ ସୀତାରମଣ ଏ ଦାବି ଉପରେ ତତ୍କାଳ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି | 

ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟ୍ରଷ୍ଟର ଫିକ୍ସ ଡିପୋଜିଟର ନିରାପତ୍ତା ନିଶ୍ଚିତ କରିବା ସମ୍ପର୍କରେ ରିଜର୍ଭ ବ୍ୟାଙ୍କର ଗଭର୍ନରଙ୍କ ସହ ଆଲୋଚନା କରିଥିବା ବିଷୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ବିଜେଡି ସଂସଦ ମାନଙ୍କୁ ସୂଚନା ଦେଇଛନ୍ତି | ଶ୍ରୀମତୀ ସୀତାରମଣଙ୍କୁ ସାକ୍ଷାତ କରିବାକୁ ଯାଇଥିବା ବିଜେଡି ସାଂସଦ ପ୍ରତିନିଧି ମଣ୍ଡଳୀରେ ସଂସଦ  ପ୍ରସନ୍ନ ଆଚାର୍ଯ୍ୟ, ସରୋଜିନୀ ହେମ୍ବ୍ରମ, ଡ଼  ଅମର ପଟ୍ଟନାୟକ ଓ  ଡ଼ ସସ୍ମିତ ପାତ୍ର ସାମିଲ ଥିଲେ | 

 

Leave A Reply

Your email address will not be published.